ମୃତ୍ୟୁ ପୂର୍ବରୁ ମା’ଙ୍କୁ କରିଥିଲେ ଶେଷ୍ କଲ୍: କହିଥିଲେ କରାଯାଉଛି ଷଡ଼ଯନ୍ତ୍ର…

ବିଜେପି ନେତା ତଥା ଟିକଟକ୍ ଷ୍ଟାର ସୋନାଲୀ ଫୋଗାଟଙ୍କ ମୃତ୍ୟୁକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ମଙ୍ଗଳବାର ଗୋଆରେ ତାଙ୍କର ମୃତ୍ୟୁ ହୋଇଛି । ଗୋଆ ପୋଲିସ କହିଛି ଯେ ୪୨ ବର୍ଷୀୟ ସୋନାଲୀଙ୍କ ମୃତ୍ୟୁ ହାର୍ଟ ଆଟାକ୍ ଯୋଗୁଁ ହୋଇଛି ।

ସେପଟେ କିନ୍ତୁ ସୋନାଲିଙ୍କ ଭଉଣୀଙ୍କ ଏକ ବୟାନ ଏବେ ମାମଲାକୁ ଭିନ୍ନ ମୋଡ଼ ଦେଇଛି । ସୋନାଲୀ ଫୋଗାଟଙ୍କ ଭଉଣୀ ଏହାକୁ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ସୋନାଲୀଙ୍କ ଭଉଣୀ କହିଛନ୍ତି ଯେ ସୋନାଲି ୨୭ ତାରିଖ ସୁଦ୍ଧା ଫେରିଆସିବାର ଥିଲା, କିନ୍ତୁ ସୋମବାର କଲ୍ କରିବା ସମୟରେ ସେ କହିଥିଲେ ଯେ ଖାଦ୍ୟ ଖାଇବା ପରେ ତାଙ୍କୁ କିଛି ଅଜବ ଲାଗୁଛି, ଏମିତି ଲାଗୁଛି ଯେ ଖାଦ୍ୟରେ କିଛି ଗଡ଼ଗଡ଼ ରହିଛି, ବୋଧେ କେହି ଷଡ଼ଯନ୍ତ୍ର କରୁଛି । ତେବେ ସୋନାଲୀଙ୍କ ଭଉଣୀ ଦେଇଥିବା ଏହି ବୟାନ ଏବେ ମାମଲାକୁ ଆହୁରି ଭିନ୍ନ ମୋଡ଼ ଦେଇଛି ।

ସୋନାଲି ଫୋଗାଟ ଅଞ୍ଜୁନାରେ ଏକ ରେଷ୍ଟୁରାଣ୍ଟରେ ରହିଥିଲେ । ସେଠାରେ ହିଁ ତାଙ୍କୁ ହାର୍ଟ ଆଟାକ୍ ଏଭଳି ଘଟିଥିଲା । ଯାହାପାରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା । ଡେପୁଟୀ ଏସପୀ କହିଛନ୍ତି ଯେ ତାଙ୍କୁ ମୃତ ଅବସ୍ଥାରେ ହିଁ ହସ୍ପିଟାଲକୁ ଅଣାଯାଇଥିଲା । ସେ କହିଛନ୍ତି ପ୍ରାରମ୍ଭିକ ଯାଞ୍ଚରୁ ଏହା ହାର୍ଟ ଆଟାକ୍ ବୋଲି ଜଣାପଡ଼ୁଛି । ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି ।