fbpx

ପଗଡି ପିନ୍ଧିବାକୁ ଅନୁମତି ମିଳୁଛି ହିଜାବକୁ ବିରୋଧ କାହିଁକି : INSTA ଷ୍ଟୋରୀରେ ବିରୋଧ କଲେ ସୋନମ କପୁର

ନୂଆଦିଲ୍ଲୀ: କର୍ଣ୍ଣଟକ ହିଜାବ ବିବାଦରେ ମୁହଁ ଖୋଲିଛନ୍ତି ସୋନମ କପୁର । ସୋନମ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଯଦି ପଗଡି ପିନ୍ଧିବାକୁ ଅନୁମତି ଦିଆଯାଉଛି ତାହେଲେ ହିଜାବ ପାଇଁ କାହିଁକି ଅନୁମତି ନାହିଁ । ସ୍କୁଲ ଓ କଲେଜରେ ହିଜାବର ବ୍ୟବହାର ଉପରେ କର୍ଣ୍ଣାଟକ ସରକାରଙ୍କ ରୋକ ପରେ ଏହି ବିବାଦ ଆରମ୍ଭ ହୋଇଛି । ପୂର୍ବରୁ କଙ୍ଗନା ରଣାୱତ, ଜାଭେଦ ଅଖତରଙ୍କ ପରି ଲୋକ ଏହି ଘଟଣା ସମ୍ପର୍କରେ ମୁହଁ ଖୋଲି ସାରିଥିବା ବେଳେ ସୋନମ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସୋନମ ନିଜ ଇନଷ୍ଟା ଷ୍ଟୋରୀରେ ଫଟୋ ଶେୟାର କରି ଲେଖିଛନ୍ତି “ପଗଡି ପିନ୍ଧିବାକୁ ଅନୁମତି ରହିଛି, ତେବେ ହିଜାବକୁ କାହିଁକି ବାରଣ କରାଯାଉଛି’ ।

ସୋନମଙ୍କ ଏହି ପୋଷ୍ଟ ପରେ ଏହାକୁ ନେଇ କଡା ପ୍ରତିକ୍ରିୟା ଦେଖିବାକୁ ମିଳିଛି । କିଛି ଲୋକ ଏହାକୁ ସମର୍ଥନ କରିଥିବା ବେଳେ କିଛି ଲୋକ ଏହାକୁ ବିରୋଧ କରୁଛନ୍ତି । ପୂର୍ବରୁ କମଲ ହସନ, ରିଚା ଚଡ୍ଢା, ଓନିର ଏବଂ ଅଲି ଗୋନୀ ଏହା ଉପରେ ମତ ରଖିଥିଲେ । ଜାଭେଦ ଅଖତର ହିଜାବକୁ ବିରୋଧ କରିଥିଲେ ହେଁ କର୍ଣ୍ଣାଟକରେ ମହିଳା ଛାତ୍ରୀଙ୍କ ପ୍ରତି ହୋଇଥିବା ବ୍ୟବହାରକୁ ବିରୋଧ କରିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ଛାତ୍ରଛାତ୍ରୀ ମାନେ ସ୍କୁଲରେ କେବଳ ୟୁନିଫର୍ମ ପିନ୍ଧିବେ ଏହା ବ୍ୟତିତ ଅନ୍ୟ କୌଣସି ପୋଷାକକୁ ଅନୁମତି ଦିଆଯିବ ନାହିଁ ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.