ଜାରି ରହିଛି ଗ୍ରୀଷ୍ମପ୍ରବାହ: ୪୩.୫ଂ ସହ ସୋନପୁର ସବୁଠୁ ଉତ୍ତପ୍ତ ସହର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମପ୍ରବାହ । ତାତିରେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି ରାଜ୍ୟବାସୀ । ଏପରି ପରସ୍ଥିତି ହୋଇଛି ଯେ ଦିନରେ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଛି । ତେବେ ଶନିବାର ରାଜ୍ୟର ୧୫ ଟି ସହରର ତାପମାତ୍ରା ୪୦ଂ ଉପରେ ରହିଥିବାବେଳେ । ୪୩.୫ଂ ସହ ସୋନପୁର ସବୁଠୁ ଉତ୍ତପ୍ତ ସହର ଭାବରେ ରହିଛି ।
ସେହିପରି ବଲାଙ୍ଗିରରେ ୪୩ଂ, ଅନୁଗୁଳରେ ୪୨.୭ଂ, ଝାରସୁଗୁଡ଼ାରେ ୪୨.୬, ବୌଦ୍ଧ ଓ ସୁନ୍ଦରଗଡ଼ରେ ୪୨.୫ଂ, ସମ୍ବଲପୁରରେ ୪୨.୫ଂ, ବାରିପଦାରେ ୪୧.୮ଂ, ଟିଟିଲାଗଡ଼ ଓ ପାରଳାଖେମୁଣ୍ଡିରେ ୪୧.୫, ଭବାନୀପାଟଣାରେ ୪୧.୨ଂ, ତାଳଚେରରେ ୪୦.୪ଂ, ହୀରାକୁଦରେ ୪୦.୩ଂ,କେନ୍ଦୁଝରରେ୪୦.୧ଂ, ନୟାଗଡ଼ରେ ୪୦ଂ ତାପମାତ୍ରା ରହିଛି । ଭୁବନେଶ୍ୱରରେ ୩.୧ଂ ଓ କଟକରେ ୩୮ଂ ତାପମାତ୍ରା ରେକର୍ଡ କରାଯାଇଛି ।