(Video)ସୋନିଆ ଗାନ୍ଧୀ ମହିଳାଙ୍କୁ ଦେଲେ ଏପରି ଭିଡିଓ ମେସେଜ୍, କହିଲେ ପ୍ରତି ମହିଳାଙ୍କୁ ବର୍ଷକୁ ମିଳିବ ୧ଲକ୍ଷ ଟଙ୍କା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଲାଗି ସୋମବାର ସକାଳୁ ଭୋଟ ଗ୍ରହଣ ଜାରି ରହିଛି । ଏହାରି ମଧ୍ୟରେ କଂଗ୍ରେସ ନେତା ତଥା ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଦେଶର ମହିଳାଙ୍କ ଲାଗି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ନିଜ ଭିଡିଓ ବାର୍ତ୍ତାରେ ସୋନିଆ କହିଛନ୍ତି କଂଗ୍ରେସ କ୍ଷମତାକୁ ଆସିଲେ ମହାଲକ୍ଷ୍ମୀ ଯୋଜନାରେ ପ୍ରତି ବର୍ଷ ପ୍ରତି ମହିଳାଙ୍କୁ ଏକ ଲକ୍ଷ ଟଙ୍କା ମିଳିବ । ସେ କହିଛନ୍ତି ସ୍ୱାଧୀନତା ସଂଗ୍ରାମ ଠାରୁ ଆଧୁନିକ ଭାରତ ନିର୍ମାଣ ପର୍ଯ୍ୟନ୍ତ ମହିଳାଙ୍କ ଯୋଗଦାନ ଉଲ୍ଲେଖନୀୟ ରହିଛି ।
ସେ କହିଛନ୍ତି କଂଗ୍ରେସ ହାତରେ ଦେଶର ମହିଳାଙ୍କ ଅବସ୍ଥା ହିଁ ବଦଳିବ । କଂଗ୍ରେସର ମହାଲକ୍ଷ୍ମୀ ଯୋଜନାରେ ସମସ୍ତ ଗରୀବ ପରିବାରର ମହିଳାଙ୍କୁ ପ୍ରତିବର୍ଷ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ । କର୍ଣ୍ଣାଟକ ଓ ତେଲେଙ୍ଗାନାରେ ଆମର ଏହି ଗ୍ୟାରେଣ୍ଟି କୋଟି କୋଟି ପରିବାରଙ୍କ ଅବସ୍ଥା ବଦଳାଇ ଦେଇଛି । ସେ କହିଛନ୍ତି ମନରେଗା, ସୂଚନା ଅଧିକାର, ଶିକ୍ଷା ଅଧିକାର, ଖାଦ୍ୟ ସୁରକ୍ଷା ଆଦି ଆମର ଯୋଜନା ଭାରତୀୟଙ୍କୁ ଶକ୍ତି ଦେଇଛି । ମହାଲକ୍ଷ୍ମୀ ଆମର ଏହି କାମକୁ ଆଗକୁ ବଢାଇବାରେ ସବୁଠାରୁ ବଡ ଗ୍ୟାରେଣ୍ଟୀ । ଏହି କଠିନ ସମୟରେ କଂଗ୍ରେସର ହାତ ଆପଣଙ୍କ ଉପରେ ରହିଛି ଓ ଏହି ହାତ ଆପଣଙ୍କ ଅବସ୍ଥା ବଦଳାଇ ଦେବ ବୋଲି ସୋନିଆ ଭିଡିଓ ବାର୍ତ୍ତାରେ କହିଛନ୍ତି ।
आज हमारी महिलाएं भयंकर महंगाई के बीच संकट का सामना कर रही हैं। उनकी मेहनत और तपस्या के साथ न्याय करने के लिए कांग्रेस एक क्रांतिकारी कदम लेकर आई है।
कांग्रेस की 'महालक्ष्मी' योजना में हम गरीब परिवारों की एक महिला को हर साल 1 लाख रुपए देंगे।
इस कठिन समय में मैं आपको भरोसा… pic.twitter.com/KOfQa4woAt
— Priyanka Gandhi Vadra (@priyankagandhi) May 13, 2024
ଏହି ଭିଡିଓକୁ ପ୍ରିୟଙ୍କା ଗାନ୍ଧୀ ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏହି ଭିଡିଓ ୧.୩୭ ମିନିଟ୍ର ରହିଛି । ଏଠାରେ ସୂଚାଇ ଦିଆଯାଇପାରେ କି ଏଥର ସୋନିଆ ରାଏବରେଲୀରୁ ନିର୍ବାଚନ ଲଢୁନାହାନ୍ତି ଓ ତାଙ୍କ ସ୍ଥାନରେ ରାହୁଲ ଗାନ୍ଧୀ ମଇଦାନକୁ ଓହ୍ଲାଇଛନ୍ତି ।