fbpx

ମା’ର ଜନ୍ମଦିନରେ ପୁଅର ଜାମିନ୍ ଆବେଦନର ହେବ ଶୁଣାଣି, ବେଲ୍ ନା ଜେଲ? ଚାଲିଛି ଫଇସଲା

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଫସିଥିବା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୮ ଜଣ ଅଭିଯୁକ୍ତଙ୍କୁ ୧୪ ଦିନର ନ୍ୟାୟିକ ହେପାଜତକୁ ପଠାଇଯାଇଛି । ତେବେ ଆଜି ଆର୍ଯ୍ୟନଙ୍କ ଜାମିନ୍ ଆବେଦନକୁ ନେଇ ଶୁଣାଣି ଚାଲିଛି । ବେଲ୍ ହେବ ନା ଜେଲ୍ ହେବ ତାକୁ ନେଇ ସମସ୍ତଙ୍କ ଅପେକ୍ଷା ରହିଛି । ଆର୍ଯ୍ୟନଙ୍କ ଜାମିନକୁ ନେଇ ତାଙ୍କ ଓକିଲ ସତୀଶ ମାନସିନ୍ଦେ ଚେଷ୍ଟା ଜାରି ରଖିଛନ୍ତି । ତେବେ ମିଡିଆ ରିପୋର୍ଟସ୍ ମୁତାବକ, ଏନସିବି ଆର୍ଯ୍ୟନଙ୍କ ଜାମିନ୍ ଆବେଦନକୁ ବିରୋଧ କରୁଛନ୍ତି ।

ତେବେ ଆଜି ହେଉଛି ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ୍ ଙ୍କ ଜନ୍ମଦିନ । ଆଉ ଜନ୍ମଦିନ ଅବସରରେ ତାଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନ୍ ଆବେଦନ ଉପରେ ଶୁଣାଣି କରାଯିବ । ବର୍ତ୍ତମାନ ସେ ୧୪ ଦିନର ନ୍ୟାୟତିକ ହେପାଜତରେ ରହିଛନ୍ତି । ତେବେ ଗୌରୀ ଓ ଶାହରୁଖ ଚାହୁଁଛନ୍ତି ଯେ, ଖୁବ୍ ଶୀଘ୍ର ସେମାନଙ୍କ ପୁଅକୁ ଘରକୁ ଫେରାଇ ଆଣିବେ । ଅନ୍ୟପଟେ ବଲିଉଡ୍ ସେଲେବ୍ ମାନେ ମଧ୍ୟ ଆର୍ଯ୍ୟନ ଓ ଶାହରୁଖଙ୍କ ସପକ୍ଷରେ ରହିଛନ୍ତି ।

Get real time updates directly on you device, subscribe now.