fbpx

ଟ୍ୱିନସିଟିର ଦାୟିତ୍ୱ ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ

Advertisement

ଭୁବନେଶ୍ୱର,୯ ।୩(ଓଡିଶା ଭାସ୍କର): ନୂଆ ପୋଲିସ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ଟ୍ୱିନସିଟିର ଦାୟିତ୍ୱ ନେଇଛନ୍ତି ୧୯୯୫ ବ୍ୟାଚର ଆଇପିଏସ ଅଧିକାରୀ ସୌମେନ୍ଦ୍ର ।

ଭୁବନେଶ୍ୱର କମିଶନରେଟ ପୋଲିସ କାର୍ଯ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂଆ ପୋଲିସ କମିଶନର ସୌମେନ୍ଦ୍ରଙ୍କୁ ଦିଆଯାଇଛି ଗାର୍ଡ ଅଫ ଅନର ।

ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଟ୍ୱିନ ସିଟିବାସୀଙ୍କ ସହଯୋଗ କାମନା କରିବା ସହ ସେ କହିଛନ୍ତି ଯେ, ‘ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅପରାଧ ନିୟନ୍ତ୍ରକୁ ପ୍ରାଥମିକତା ଦେବି । ଦ୍ୱୈତ ମହାନଗରବାସୀଙ୍କ ଧନ, ଜୀବନର ସୁରକ୍ଷା ପାଇଁ ମୁଁ ବଦ୍ଧପରିକର । ଦୁଇ ସହରର ଆଇନ ଶୃଙ୍ଖଳା ପରିସ୍ଥିତି ସୁଧାରିବାକୁ ପଡିବ । ଅପରାଧ ନିୟନ୍ତ୍ରଣ କରିବାକୁ ଆମେ ପ୍ରୟାସ କରିବୁ ।’

Get real time updates directly on you device, subscribe now.