fbpx

ଗାଙ୍ଗୁଲିଙ୍କୁ ICCରେ ମିଳିବ ଗୁରୁଦାୟିତ୍ୱ, କୁମ୍ବଲେଙ୍କ ପରେ ସମ୍ଭାଳିବେ ଏହି ପଦ

ନୂଆଦିଲ୍ଲୀ: ସୌରଭ ଗାଙ୍ଗୁଲିଙ୍କୁ ଭାରତର ସବୁଠାରୁ ସଫଳ ଅଧିନାୟକ ଭାବେ ଗଣାଯାଏ । ସେ ୪୯ଟି ଟେଷ୍ଟ ଓ ୧୪୭ଟି ଏକଦିବସୀୟରେ କ୍ୟାପ୍ଟେନ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ବର୍ତ୍ତମାନ ଦାଦା ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ରହିଥିବା ବେଳେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ରେ ତାଙ୍କୁ ଏକ ଗୁରୁଦାୟିତ୍ୱ ମିଳିବାକୁ ଯାଉଛି । ଗତ ୯ ବର୍ଷ ଧରି ଅନିଲ କୁମ୍ବଲେ ଏହି ପଦରେ ରହିଥିବା ବେଳେ ଏବେ ଦାଦା ଏହି ଦାୟିତ୍ୱ ଗ୍ରହଣ କରିବେ ।

ସୌରଭଙ୍ଗୁ ଆଇସିସି ଟେକ୍ନିକାଲ କମିଟିର ଚେୟାରମ୍ୟାନ ଭାବେ ଚୟନ କରାଯାଇଛି । ଗତ ୨୦୧୨ଠାରୁ କୁମ୍ବଲେ ଏହି ପଦରେ ରହିଆସିଥିଲେ । କ୍ରିକେଟ ଖେଳର ପରିସ୍ଥିତି ଓ ନିୟମକୁ ତଦାରଖ କରିବା ଦାୟିତ୍ୱ ଏହି କମିଟି ଉପରେ ନ୍ୟସ୍ତ ଥାଏ । ଆଇସିସି ପକ୍ଷରୁ ଏହି ସୁସମ୍ବାଦ ଘୋଷଣା ହେବା ପରେ ବିସିସିଆଇ ପକ୍ଷରୁ ଦାଦାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ସୌରଭ ୧୯୯୬ରେ ଇଂଲଣ୍ଡ ବିପକ୍ଷରେ ନିଜର ପ୍ରଥମ ଟେଷ୍ଟ ଶତକ ହାସଲ କରି କ୍ୟାରିୟରର ଶୁଭାରମ୍ଭ କରିଥିଲେ । ସେ ଦେଶ ଓ ବିଦେଶରେ ଦଳର ବିଜୟ ନେଇ ହାଇଲେବଲ୍ ରଣନୀତିର ମୂଳଦୁଆ ସ୍ଥାପନ କରିଥିଲେ ।

Get real time updates directly on you device, subscribe now.