fbpx

କୌନ୍ ବନେଗା କରୋଡପତିର ହଟ୍ ସିଟରେ ବସିବେ ସୌରଭ ଗାଙ୍ଗୁଲି ଓ ବିରେନ୍ଦ୍ର ସେହ୍ୱାଗ

ନୂଆଦିଲ୍ଲୀ: କୌନ୍ ବନେଗା କରୋଡପତି ପୁଣିଥରେ ଆରମ୍ଭ ହେବାକୁ ଯାଉଛି । ଅମିତାଭ ବଚ୍ଚନ ହୋଷ୍ଟ କରୁଥିବା କେବିସିର ୧୩ ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଚଳିତ ଥର ୧୩ ତମ ସିଜିନ ର ଆରମ୍ଭ ଅଗଷ୍ଟ ୨୩ ତାରିଖରୁ ଆରମ୍ଭ ପ୍ରସାରଣ ହେବ । ଇତି ମଧ୍ୟରେ ଚର୍ଚ୍ଚାର ଖବର ଏହା ଯେ, ଏଥର ଅମିତାଭ ହଟ୍ ସିଟ୍ ରେ ନଜର ଆସିବେ ନା ନାହିଁ ? ୧୩ତମ ସିଜିନ୍ ରେ ଭାରତୀୟ କ୍ରିକେଟ୍ ଟିମ୍ ର ପୂର୍ବତନ କ୍ୟାପଟେନ୍ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗଲି ଏବଂ ପୂର୍ବତନ ଓପନର୍ ବିରେନ୍ଦ୍ର ସେହ୍ୱାଗ୍ ନଜର ଆସିବେ ।

ଏପର୍ଯ୍ୟନ୍ତ ଲୋକମାନେ ଏହି ଯୋଡ଼ିକୁ କେବଳ କ୍ରିକେଟ୍ ଫିଲ୍ଡରେ ହିଁ ଦେଖିଛନ୍ତି । ହେଲେ ଦର୍ଶକ ଏବେ ଏହି ଫେମସ୍ ଯୋଡ଼ିକୁ କେବିସି ସେଟ୍ ର ହଟ୍ ସିଟ୍ ରେ ଦେଖିବାକୁ ପାଇବେ । ଏହି କଥା ତ ଶୋ ଆରମ୍ଭ ପରେ ହିଁ ଜଣାପଡ଼ିବ । ବଡ଼କଥା ହେଲା କେବିସିରେ ଲୋକମାନେ ଅମିତାଭଙ୍କ ସ୍ଥାନରେ ଏହି ଯୋଡ଼ିକୁ କେତେ ଦୂର ଗ୍ରହଣ କରୁଛନ୍ତି । ସୌରଭ ଗାଙ୍ଗଲି ଏବଂ ବିରେନ୍ଦ୍ର ସେହ୍ୱାଗ୍ ଙ୍କୁ କେବିସି-୧୩ରେ ଅଗଷ୍ଟ ୨୭ ତାରିଖରେ ଦେଖିବାକୁ ପାଇବେ । ଏହି ଏପିସୋଡ଼କୁ ଶାନଦାର୍ ଶୁକ୍ରବାର ନାମରେ ରଖାଯାଇଛି । ତେବେ ଏମାନେ ଦୁଇ ଜଣ କେବିସିର କର୍ମ ବୀର ନାମକ ଏପିସୋଡରେ ଦେଖିବାକୁ ମିଳିବେ ।

Get real time updates directly on you device, subscribe now.