fbpx

ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି, ଏମିତି ରହିଛି ଭାରତର ଚୂଡାନ୍ତ ଏକାଦଶ

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି। ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଋଷଭ ପନ୍ତଙ୍କ ନେତୃତ୍ଵାଧୀନ ଭାରତ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚ୍ ଭାରତ ପାଇଁ ଗୁରୁତ୍ଵପୂର୍ଣ୍ଣ ରହିଛି। କାରଣ ମ୍ୟାଚ୍ ଜିତିଲେ ଭାରତ ଲଗାତାର ସର୍ବାଧିକ ଟି-୨୦ ଜିତିବାର ବିଶ୍ଵ ରେକର୍ଡ ନିଜ ନାମରେ କରି ପାରିବ। ଏହା ପୂର୍ବରୁ ଭାରତ ଲଗାତାର ୧୨ଟି ଟି-୨୦ ମ୍ୟାଚ୍ ଜିତି ସାରିଛି।

ଭାରତ ବିରାଟ କୋହଲି, ରୋହିତ ଶର୍ମା ଏବଂ କେଏଲ ରାହୁଲଙ୍କ ପରି ତାରକା ଖେଳାଳିଙ୍କ ବିନା ପଡିଆକୁ ଓହ୍ଲାଉଛି। ଗତକାଲି ଅଭ୍ୟାସ୍ ସମୟରେ ଆହତ କାରଣରୁ ରାହୁଲ ଏବଂ କୁଲଦୀପ ଯାଦବ ପୂରା ସିରିଜରୁ ବାଦ୍ ପଡିଛନ୍ତି। ପନ୍ତଙ୍କୁ ଅଧିନାୟକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ ଅଧିନାୟକ ଦାୟିତ୍ଵ ଦିଆଯାଇଛି। ଯେମିତିଅ ଆଶା କରାଯାଉଥିଲା, ସେହି ପରି ଚୂଡାନ୍ତ ଏକାଦଶ ଚୟନ କରିଛନ୍ତି ଦଳୀୟ ପ୍ରବନ୍ଧକ।

ଭାରତୀୟ ଦଳ
ଇଶାନ କିଷନ, ଋତୁରାଜ ଗାଏକଓ୍ଵାଡ, ଶ୍ରେୟସ ଆୟର, ଋଷଭ ପନ୍ତ(ଓ୍ଵିକେଟ୍ କିପର/ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ୍, ହର୍ଷଲ ପଟେଲ, ଭୁବନେଶ୍ଵର କୁମାର, ୟୁଜବେନ୍ଦ୍ର ଚହଲ, ଅଭେଶ ଖାନ।

ଦକ୍ଷିଣ ଆଫ୍ରିକା
କ୍ଵିଣ୍ଟନ ଡିକ(ଓ୍ଵିକେଟ୍ କିପର), ତେମ୍ବା ବାଭୁମା(ଅଧିନାୟକ), ରିଜା ହେଣ୍ଡରିକ୍ସ, ଡେଭିଡ୍ ମିଲର, ତ୍ରିଷ୍ଟାନ ଷ୍ଟବ୍ସ, ଓ୍ଵେନ ପାର୍ଣ୍ଣେଲ, ଡ୍ଵେନ ପ୍ରିଟୋରିୟସ, କେଶବ ମହାରାଜ, ତବରିଜ ସମସି, କାଗିସୋ ରାବଡା, ଅନରିଚ ନୋର୍ତ୍ତଜେ।

Get real time updates directly on you device, subscribe now.