ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ଅଞ୍ଚଳ ତିବ୍ବତ ପୁଣି ଥରେ ଭୂମିକମ୍ପରେ କମ୍ପି ଉଠିଛି। ରବିବାର-ସୋମବାର ମଧ୍ୟରେ ସକାଳ ୨:୪୧ ମିନିଟରେ (IST) ତିବ୍ବତରେ ଜୋରଦାର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (NCS) ଅନୁସାରେ, ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୫.୭ ରେକର୍ଡ କରାଯାଇଛି। ସମଗ୍ର ତିବ୍ବତରେ ଏହି ଝଟକା ଅନୁଭୂତ ହୋଇଥିବା ବେଳେ ତୁରନ୍ତ କୌଣସି କ୍ଷୟକ୍ଷତି କିମ୍ବା ଆହତ ହେବାର ଖବର ମିଳିନାହିଁ।
NCSର ଏକ୍ସ ହ୍ୟାଣ୍ଡେଲ ଅନୁସାରେ, ଭୂମିକମ୍ପର କେନ୍ଦ୍ରସ୍ଥଳ ଅକ୍ଷାଂଶ ୨୯.୦୨N ଓ ଦେଶାଂତର ୮୭.୪୮E ରେ ଥିଲା, ଯାହା ପୃଥିବୀ ପୃଷ୍ଠତଳୁ ୧୦ କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା।
ତିବ୍ବତରେ ବାରମ୍ବାର ଭୂମିକମ୍ପ
ନିକଟ ସପ୍ତାହଗୁଡ଼ିକରେ ତିବ୍ବତରେ ଏକାଧିକ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଏହି ଅଞ୍ଚଳରେ ମଇ ୯, ୨୦୨୫ରେ ମଧ୍ୟ ଏକ ଭୂମିକମ୍ପ ହୋଇଥିଲା। ସ୍ଥାନୀୟ ସମୟ ଅନୁସାରେ ରାତି ୮:୧୮ ମିନିଟରେ ୩.୭ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।