ବ୍ୟାକଂକ(ଥାଇଲାଣ୍ଡ): ଦକ୍ଷିଣ କୋରିଆ ଜିତିଲା ସମ୍ମାନ ଜନକ ମହିଳା ଟିମ ଚାମ୍ପିଅନଶି୍ ଉବର କପ ବ୍ୟାଡମିଣ୍ଟନ ଟାଇଟଲ । ଶନିବାର ଦିନ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଗତ ଥରର ଚାମ୍ପିଅନ୍ ତଥା ୧୫ଥର ଟାଇଟଲ ବିଜେତା ଚୀନକୁ ୩-୨ରେ ପରାସ୍ତ କରି ୧୨ ବର୍ଷ ପରେ କୋରିଆ ପୁଣି ଏହି ଟାଇଟଲ ହାସଲ କରିବାରେ ସଫଳ ହୋଇଛି । ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଯେ ଉଭୟ ଦଳ ୨-୨ ମ୍ୟାଚରେ ବରାବର ହେବା ପରେ ଶେଷ ସିଙ୍ଗଲ୍ସ ମ୍ୟାଚ ଫଳାଫଳ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ କୋରିଆର ସିମ୍ ୟୁ-ଜିନ ଦମଦାର ପ୍ରଦର୍ଶନ ସହିତ ଚୀନର ୱାଙ୍ଗ୍ ଝିୟିଙ୍କୁ ୨୮- ୨୬,୧୮-୨୧ ଓ ୨୧-୮ରେ ପରାସ୍ତ କରି ଦଳର ବିଜୟ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।