Martial law କ’ଣ? ଯାହାପାଇଁ ଗିରଫ ହେଲେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୋନ୍ ସୁକ ୟେଓଲ

ଦକ୍ଷିଣ କୋରିଆରୁ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଷ୍ଟ୍ରପତି ୟୋନ ସୁକ ୟେଓଲଙ୍କୁ ଗିରଫ କରାଯାଇଛି । ଏହି ଖବର ଆସିବା ପରେ ହଇଚଇ ସୃଷ୍ଟି ହୋଇଛି ।

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୋନ ସୁକ୍ ୟେଓଲଙ୍କୁ ଗିରଫ କରାଯାଇଛି । ୟୋନ୍ ସର୍ବଦା ମହାଭିଯୋଗର ସାମ୍ନା କରୁଥିଲେ ଏବଂ ତାଙ୍କ ଉପରେ ଗିରଫର ବିପଦ ରହୁଥିଲା ।

୩ ଡିସେମ୍ବରରେ ଘୋଷଣା ହୋଇଥିବା ମାର୍ଶାଲ ଲ’ ସହ ଜଡିତ ମାମଲାକୁ ନେଇ ଦକ୍ଷିଣ କୋରିଆର ଅଧିକାରୀମାନେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ୟୋନ ସମର୍ଥକ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବିବାଦ: ମିଳିଥିବା ସୂଚନା ମୁତାବକ,  ତିନି ହଜାରରୁ ଅଧିକ ପୋଲିସ ଅଧିକାରୀ ଏବଂ ଦୁର୍ନୀତି ବିରୋଧୀ ତଦନ୍ତକାରୀ ୟେଓଲଙ୍କ ଘରେ ପହଞ୍ଚିଥିଲେ ।

ଏଠାରେ ୟୋନ ସମର୍ଥକ ଏବଂ ପିପୁଲ୍ସ ପାୱାର ପାର୍ଟୀର ସଦସ୍ୟମାନଙ୍କ ସହ ସୁରକ୍ଷା ବାହିନୀର ବିବାଦ ହୋଇଥିଲା । ଏହି ସମୟରେ ଅନେକ ଲୋକଙ୍କୁ ହେପାଜତରେ ନିଆଯାଇଥିଲା। ଏହାରି ମଧ୍ୟରେ ବର୍ତ୍ତମାନ ୟୋନ ସୁକ୍ ୟେଓଲଙ୍କୁ ଗିରଫ କରାଯାଇଛି ।

ମାର୍ଶାଲ ଲ’: ୟୋନ ୩ ଡିସେମ୍ବରରେ ମାର୍ଶାଲ ଲ’ର ଘୋଷଣା କରିଥିଲେ । ତାଙ୍କର ଏହି ଘୋଷଣା ଦେଶର ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା ଏବଂ ଜନତା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

୧୪ ଡିସେମ୍ବରରେ ସାଂସଦମାନେ ତାଙ୍କ ଉପରେ ମହାଭିଯୋଗ ପ୍ରସ୍ତାବ ଆଣିବା ସହ, ତାଙ୍କୁ ପଦରୁ କାଢିବା ପାଇଁ ଦାବି କରିଥିଲେ। ବର୍ତ୍ତମାନ କୋର୍ଟ ଏହି ମହାଭିଯୋଗକୁ ନେଇ ବିଚାର କରୁଛନ୍ତି ।

ମାର୍ଶାଲ ଲ’ କ’ଣ: ମାର୍ଶାଲ ଲ’ ଅର୍ଥ ହେଉଛି ସାମରିକ ଆଇନ । ଏହା ଏକ ନ୍ୟାୟିକ ବ୍ୟବସ୍ଥା, ଯେଉଁଥିରେ ଯେକୌଣସି ଦେଶରେ ସେନା ବାହିନୀକୁ ଶାସନ କରିବାର ଅଧିକାର ଦିଆଯାଇଥାଏ । ସାଧାରଣତଃ ଯୁଦ୍ଧ, ବିଦ୍ରୋହ ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାମରିକ ନିୟମ ବା ମାର୍ଶାଲ ଲ’ ଲାଗୁ କରାଯାଇଥାଏ ।