fbpx

Euro 2024: କ୍ରୋଏସିଆ ବିଜୟ ସହ ଅଭିଯାନ ଆରମ୍ଭ: ୟୁରୋ କପରେ ସ୍ପେନର ଗ୍ରାଣ୍ଡ ଏଣ୍ଟ୍ରି

Advertisement

ନୂଆଦିଲ୍ଲୀ: ୟୁରୋ କପ୍-୨୦୨୪ରେ ଦମଦାର ଏଣ୍ଟ୍ରି କରିଛି ସ୍ପେନ୍ । ପ୍ରଥମାର୍ଦ୍ଧରେ ଅଧିନାୟକ ଆଲଭାରୋ ମୋରାଟା, ଫାବିଆନ୍ ରୁଇଜ ଏବଂ ଡାନି କାରଭାଜାଲଙ୍କ ବଳରେ ଭଲ ଲିଡ ପାଇଥିଲା ସ୍ପେନ । ଫଳରେ ଏହି ମ୍ୟାଚକୁ ଏକତରଫା ଭାବରେ ୩-୦ରେ ହାସଲ କରିଛି । ତେବେ କ୍ରୋଏସିଆ ବିପକ୍ଷରେ ଦମଦାର ବିଜୟ ହାସଲ କରିବା ପରେ ଏହି ଟୁର୍ଣ୍ଣାମେଣ୍ଟରେ ସ୍ପେନ ଏକ ବିଜୟ ଅଭିଯାନ ଆରମ୍ଭ କରିଛି । ତେବେ କ୍ରୋଏସିଆ ବିଜୟ ପରେ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ମୋରାଟା ସେନା । ଏହି ବିଜୟଧାରା ବଜାୟ ରଖି ଆଗକୁ ଦଳ ଚତୁର୍ଥ ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି ସ୍ପେନ୍ ।

ଏହି ମ୍ୟାଚରେ ଏକ ବିଶାଳ ରେକର୍ଡ ନିଜ ନାମରେ କରିଛନ୍ତି ସ୍ପେନ୍ ଅଧିନାୟକ ଆଲଭାରୋ ମୋରାଟା । ମାତ୍ର ୨୯ ମିନିଟରେ ସପ୍ତମ ୟୁରୋ ଗୋଲ୍ ମାରି ସେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି । ଏହାସହିତ ଅଲ୍ ଟାଇମ୍ ଲିଷ୍ଟରେ ଯୁଗ୍ମ ତୃତୀୟ ଖେଳାଳି ଭାବରେ ଏହି ଉପଲବ୍ଧି ହାସଲ କରିଛନ୍ତି ଆଲଭାରୋ ମୋରାଟା । ଏହି ତାଲିକାର ତୃତୀୟ ସ୍ଥାନରେ ପୂର୍ବରୁ ଆଲାନ୍ ସିଅରର୍ ଏବଂ ଆଣ୍ଟୋନୀ ଗ୍ରେଜମ୍ୟାନ୍ ନିଜର ଆଧିପତ୍ୟ ବିସ୍ତାର କରିଛନ୍ତି । ଏହାପରେ ଦଳ ପକ୍ଷରୁ ଦ୍ୱିତୀୟ ଗୋଲ ହାସଲ କରିଛନ୍ତି ଅନ୍ୟତମ ଷ୍ଟାର ଖେଳାଳି ଫାବିଆନ୍ ରୁଇଜ । ଏହାବ୍ୟତୀତ ଡାନି କାରଭାଜାଲଙ୍କ ସହ ମିଶି ୟାମାଲ ମଧ୍ୟ ହାଫ୍ ଟାଇମ ପୂର୍ବରୁ ଏକ ଗୋଲ୍ ଦେଇ କ୍ରୋଏସିଆକୁ ଚକମା ଦେଇଥିଲା । ସେପଟେ କ୍ରୋଏସିଆ ସ୍ପେନ ବିପକ୍ଷରେ କୌଣସି ସଫଳତା ହାସଲ କରିବାରେ ବିଫଳ ହୋଇଛି । ଷ୍ଟ୍ରାଇକର ବ୍ରୁନୋ ପେଟକୋଭିକଏକ ଲେଟ୍ ପେନାଲ୍ଟି ହାସଲ କରିବାରେ ଫେଲ ମାରିଛନ୍ତି ।

ତେବେ ଏହି ମ୍ୟାଚରେ ଯେ ଏହି ବିଜୟ ସହ ଖୁସି ଥିବା କହିଛନ୍ତି ଡେବ୍ୟୁ କରିଥିବା ଷ୍ଟାର ଖେଳାଳି ୟାମାଲ । ଏହି ବିଜୟ ଆମକୁ ଆତ୍ମବିଶ୍ୱାସ ଯୋଗାଇଛି । ଦଳ ନିଜର ଦକ୍ଷ ଅନୁସାରେ ଭଲ ପ୍ରଦର୍ଶନ କରୁଛି । ତେବେ ଗତ କିଛି ମାସରୁ ଦଳର ପ୍ରଦର୍ଶନକୁ ନେଇ ଖୁସି ଥିବା ୟାମାଲ ପ୍ରକାଶ କରିଛନ୍ତି । ସ୍ପେନ୍ ବିପକ୍ଷରେ ପରାଜୟ ପରେ ନକ୍-ଆଉଟ୍ ପର୍ଯ୍ୟାୟରେ ପହଞ୍ଚିବା କ୍ରୋଏସିଆ ପାଇଁ କଷ୍ଟସାଧ୍ୟ ହେବ । ଗ୍ରୁପ୍-ବିରେ ଆଗକୁ ଆଲବନିଆ ଏବଂ ହୋଲ୍ଡର୍ସ ଇଟାଲୀକୁ ସାମନା କରିବାକୁ ପଡ଼ିବ । ତେବେ ଏହା ସମ୍ଭବ ହେଲେ ବିଶ୍ୱକପ୍ ସେମିଫାଇନାଲିଷ୍ଟ କ୍ରୋଏସିଆ ଲଗାତାର ପଞ୍ଚମ ଥର ପାଇଁ କୌଣସି ବଡ଼ ଟୁର୍ଣ୍ଣାମେଣ୍ଟର ନକ୍-ଆଉଟ୍ ରେ ପହଞ୍ଚିବାର ଉପଲବ୍ଧି ପାଇପାରିବ ।

Get real time updates directly on you device, subscribe now.