fbpx

ଚନ୍ଦ୍ରଗ୍ରହଣକୁ ନେଇ ଶ୍ରୀମନ୍ଦିରରେ ରହିଛି ସ୍ଵତନ୍ତ୍ର ନୀତିକାନ୍ତି, ଜାଣନ୍ତୁ ଗ୍ରହଣର ପାକତ୍ୟାଗ, ସ୍ପର୍ଶ ଓ ସର୍ବମୋକ୍ଷ ସମୟ…

ପୁରୀ ; ଚଳିତ ବର୍ଷ କୁମାର ପୂର୍ଣ୍ଣିମାରେ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବ। ତେବେ ଆସନ୍ତା ୧୬ ତାରିଖ ଦିନ (କୁମାର ପୂର୍ଣ୍ଣିମା) ଅବସରରେ ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ରଗ୍ରହଣ ପଡୁଥିବା ସୂଚନା ରହିଛି । ଏହି ଚନ୍ଦ୍ରଗ୍ରହଣ ବିଶେଷ ଭାବରେ ଉଲ୍ଲେଖନୀୟ ବୋଲି ବିବେଚନା କରାଯାଏ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତି ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ଏହି ଦିନ ଚାରିଆଶ୍ରମ ପରିକ୍ରମା କରି ରତ୍ନସିଂହାସନରେ ବିଜେ କରିବେ ଚକ୍ରରାଜ ସୁଦର୍ଶନ, ଯାହା ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ପାକତ୍ୟାଗ ସମୟ ଦିନ ୪ଟା ୪ ମିନିଟ ୫୫ ସେକେଣ୍ଡ ପୂର୍ବରୁ ସମ୍ପନ୍ନ ହେବ ବୋଲି ନୀତି ନିର୍ଘଣ୍ଟ ହୋଇଛି । ତେବେ ଉକ୍ତ ଦିନ ୧ଘଣ୍ଟା ୧୯ ସେକଣ୍ଡର ଚନ୍ଦ୍ରଗ୍ରହଣକୁ ଦେଖିବାରେ ସୁଯୋଗ ରହିଛି ।

ଗ୍ରହଣର ସ୍ପର୍ଶ ସମୟ ; ରାତ୍ରି ୧ଘଣ୍ଟା ୪ ମିନିଟ୍ ୫୫ସେକେଣ୍ଡ।
ଗ୍ରହଣ ସର୍ବମୋକ୍ଷ ସମୟ ; ରାତ୍ରି ୨ଟା ୨୪ ମିନିଟ୍ ୨ ସେକେଣ୍ଡ।
ଗ୍ରହଣର ମୋଟ ଅବଧି ସମୟ ; ୧ଘଣ୍ଟା ୧୯ମିନିଟ ୭ସେକେଣ୍ଡ।
ଗ୍ରହଣର ପାକତ୍ୟାଗ ସମୟ ; ଦିବା ୪ ଘଣ୍ଟା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ରାତ୍ର ୨ଟା ୨୪ମିନିଟି ୨ସେକେଣ୍ଡ ପର୍ଯ୍ୟନ୍ତ ।

ସୂଚନା ଥାଉକି, ଚଳିତ ଗ୍ରହଣର ଅବଧି ୧ଘଣ୍ଟା ୧୯ମିନିଟ ୭ସେକେଣ୍ଡ ରହିଛି । ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ୪ ଘଣ୍ଟା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ରାତ୍ର ୨ଟା ୨୪ମିନିଟି ୨ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ, ଅନ୍ନ ଭୋଜନ ଓ ଦେବନୀତି ନିଷିଦ୍ଧ। ତେବେ ଗ୍ରହଣ ସ୍ପର୍ଶ ହେବା ମାତ୍ରେ ଶ୍ରୀମନ୍ଦିରରେ ନୀତିକାନ୍ତି ଆରମ୍ଭ ହୋଇଥାଏ। ଏହା ଶ୍ରୀମନ୍ଦିରର ସ୍ଵତନ୍ତ୍ରତା ବୋଲି କୁହାଯାଏ । ଏହି ଦିନ ଚକ୍ରରାଜ ସୁଦର୍ଶନ ଚାରିଆଶ୍ରମ ପରିକ୍ରମା କରିଥାନ୍ତି। ପ୍ରଥମେ ମାର୍କେଣ୍ଡେୟ ଆଶ୍ରମ, ଅଙ୍ଗିରା, ଭୃଗୁ ଓ ଶେଷରେ କଣ୍ଡୁ ଆଶ୍ରମ ବିଜେ କରିଥାନ୍ତି। ସେହିପରି ମଧ୍ୟାହ୍ନ ଧୂପ ପରେ ଚକ୍ରରାଜ ସୁଦର୍ଶନ ରତ୍ନ ସିଂହାସନରୁ ଆସି ଚଉଦୋଳରେ ବିଜେ ହୋଇ ପରିକ୍ରମା କରିବା ପରେ ପାକତ୍ୟାଗ ପୂର୍ବରୁ ରତ୍ନସିଂହାସନରେ ବିଜେ କରିବେ। ନିତି ସବକମିଟି ବୈଠକରେ ଗ୍ରହଣକୁ ନେଇ ସ୍ୱତନ୍ତ୍ର ଭାବେ ଆଲୋଚନା ହୋଇଛି। ସେବାୟତ ମାନେ ନିତି ଶୃଙ୍ଖଳିତ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି।

Get real time updates directly on you device, subscribe now.