fbpx

୧୮ରୁ ପାର୍ଲାମେଣ୍ଟର ସ୍ଵତନ୍ତ୍ର ଅଧିବେଶନ, ଏକ ଦେଶ ଏକ ନିର୍ବାଚନ ପ୍ରସଙ୍ଗକୁ ବିରୋଧ କରିବ ଇଣ୍ଡିଆ ମେଣ୍ଟ

Advertisement

ନୂଆଦିଲ୍ଲୀ: ଏକ ଦେଶ ଏକ ନିର୍ବାଚନ ପ୍ରସଙ୍ଗ ସପକ୍ଷରେ ବିରୋଧୀ ମେଣ୍ଟ ଦଳ ନଥିବା ଦେଖିବାକୁ ମିଳୁଛି । ଏହି ପ୍ରସଙ୍ଗକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟିର ସମସ୍ତ ସଦସ୍ୟମାନଙ୍କୁ ଆଇନ ମନ୍ତ୍ରଣାଳୟ ଘୋଷଣା କରିଛି। ଏଥିପାଇଁ ୮ ଜଣିଆ ସଦସ୍ୟଙ୍କୁ ନେଇ ଏକ କମିଟିରେ ସାମିଲ କରାଯାଇଛି । ଏହି କମିଟିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ, ପୂର୍ବତନ ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ, ପୂର୍ବତନ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନ.କେ ସିଂ, ଲୋକସଭାର ପୂର୍ବତନ ସଚିବ ସୁଭାଷ ସି କାଶ୍ୟପ, ବରିଷ୍ଠ ଓକିଲ ଏଥିରେ ହରିଶ ସାଲଭେ ଏବଂ ପୂର୍ବତନ ସିଭିସି ସଞ୍ଜୟ କୋଠାରୀଙ୍କୁ ସାମିଲ କରାଯିବା ନେଇ ଆମନ୍ତ୍ରଣ କରାଯାଇଥିଲା ।

କିନ୍ତୁ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧରୀ ଏହି କମିଟିର ସଦସ୍ୟ ହେବାକୁ ମନା କରିଛନ୍ତି । ଏନେଇ ସେ ଅମିତ ଶାହାଙ୍କୁ ଚିଠି ଲେଖି ଗତକାଲି ଅବଗତ କରାଇଥିଲେ । ଚିଠିରେ ଲେଖିଛନ୍ତି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ଗଠିତ କମିଟିର ସଦସ୍ୟ ନହେବାକୁ ମନା କରିବାରେ ତାଙ୍କର କୌଣସି ଦ୍ୱନ୍ଦ୍ୱ ନାହିଁ । କାରଣ ଏହା ଏକ ଧୋକ୍କା ବୋଲି କହିଛନ୍ତି । ରାଜ୍ୟସଭାର ବିରୋଧୀ ଦଳ ନେତାଙ୍କୁ ନରଖିବା ଘୋର ଅପମାନ । ଜାଣିଶୁଣି ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାର ଅପମାନ କରାଯାଇଛି । ତେଣୁ ଏଭଳି କମିଟିର କୌଣସି ଔଚିତ୍ୟ ନଥିବାରୁ ଆପଣଙ୍କ ନିମନନ୍ତ୍ରଣକୁ ଅସ୍ୱୀକାର କରିବା ଛଡା ବିକଳ୍ପ ନାହିଁ ବୋଲି ଅଧୀର ରଞ୍ଜନ ଚୌଧୁରୀ ଚିଠିରେ ଉଲ୍ଲେଖ କରିଥିଲେ ।

ସେପଟେ ଆସନ୍ତା ୧୮ରୁ ୨୨ ତାରିଖ ଯାଏ ପାର୍ଲାମେଣ୍ଟର ସ୍ଵତନ୍ତ୍ର ଅଧିବେଶନ । ଏହି ଅଧିବେଶନରେ ବିରୋଧୀ ମେଣ୍ଟ ଦଳ ‘ଇଣ୍ଡିଆ’ର ନେତା ମାନେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ରହିଛନ୍ତି । ସରକାରଙ୍କୁ ଘେରିବାକୁ ଆସନ୍ତାକାଲି ଇଣ୍ଡିଆ ମେଣ୍ଟର ସାଂସଦଙ୍କ ବୈଠକ ଡାକିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ସ୍ଵତନ୍ତ୍ର ଅଧିବେଶନରେ ସରକାର ୩ଟି ବିଲ ଆଣିବାକୁ ଯୋଜନା କରୁଛନ୍ତି । ସେଥିମଧ୍ୟରୁଏକ ଦେଶ ଏକ ନିର୍ବାଚନ ଅନ୍ୟତମ । ଏହି ପ୍ରସଙ୍ଗକୁ ନେଇ ଇଣ୍ଡିଆ ମେଣ୍ଟ ସରକାରଙ୍କୁ ବିରୋଧ କରିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.