ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ଟିମ୍ ପାଇଁ ୧ କୋଟି ଟଙ୍କା ପୁସ୍କାର ଘୋଷଣା ହୋଇଛି । ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର । ଥୋମାସ କପରେ ଐତିହାସିକ ସଫଳତା ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି ।
ତେବେ ଥୋମାସ କପ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଆଜି ଇତିହାସ ରଚିଛି ଭାରତ । ପ୍ରଥମ ଥର ପାଇଁ ଫାଇନାଲରେ ବିଜୟ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଛି । ଭାରତ ଫାଇନାଲରେ ୧୪ ଥର ଚାମ୍ପିଅନ ଇଣ୍ଡୋନେସିଆକୁ ପରାସ୍ତ କରିଛି । ୭୩ ବର୍ଷର ଥୋମାସ କପର ଇତିହାସରେ ପୁର୍ବରୁ ୫ ଦେଶ ଏହି ଟୂର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଛନ୍ତି ।
ଭାରତ ପକ୍ଷରୁ ସାତ୍ୱିକରାଜ ରଙ୍କାରେଡ଼ି ଓ ଚିରାଗ ସେଟ୍ଟି ଏବଂ କିଦାମ୍ବି ଶ୍ରୀକାନ୍ତ ଓ ଲକ୍ଷ୍ୟ ସେନ୍ ସେମାନଙ୍କର ମୁକାବିଲାରେ ବିଜୟ ହାସଲ କରି ଭାରତକୁ ଏହି ସଫଳତା ଆଣି ଦେଇଛନ୍ତି । ଭାରତୀୟ ଟିମ୍ ର ବିଜୟ ପରେ ପୂରା ଭାରତ ଏହି ବିଜୟକୁ ପାଳନ କରୁଛି । ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିମ୍ କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛଛନ୍ତି ଯ, ଭାରତୀୟ ବ୍ୟାଡମିଣ୍ଟ ଟିମ୍ ଇତିହାସ ରଚିଛି । ଏହି ବିଜୟ ପରେ ପୂରା ଦେଶ ଗର୍ବ ଅନୁଭବ କରୁଛି । ଏହା ସହ ସେ ସମ୍ପୁର୍ଣ୍ଣ ଟିମ୍ କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ବିଜୟ ନୂଆ ପ୍ରତିଭାଶାଳୀ ଉଦୟମାନ ଖେଳାଳୀ ମାନଙ୍କୁ ଅନୁପ୍ରାଣିତ କରିବ ବୋଲି ସେ କହିଛନ୍ତି ।