fbpx

ଖୋଲିବ ଶ୍ରୀ ବଦ୍ରିନାଥ ଧାମ୍ ଦ୍ୱାର, ମନ୍ଦିର କମିଟି ପକ୍ଷରୁ ତାରିଖ ଘୋଷଣା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ବଦ୍ରିନାଥ ଧାମ୍ ହେଉଛି ୪ଟି ଧାମ୍ ମଧ୍ୟରୁ ଅନ୍ୟତମ । ପ୍ରତି ବର୍ଷ ବଦ୍ରିନାଥ ଧାମରେ ପ୍ରଭୁଙ୍କ ଦର୍ଶନ କରିବା ପାଇଁ ଲକ୍ଷ ଳକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ତେବେ ବଦ୍ରିନାଥ ଧାମର ଦ୍ୱାର ଖୋଲିବା ନେଇ ମନ୍ଦିର କମିଟି ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ମେ ମାସ ୧୨ ତାରିଖ ବ୍ରହ୍ମମୁହୂର୍ତ୍ତ ସମୟ ସକାଳ ୬ଟାରେ ମନ୍ଦିର ଦ୍ୱାର ଖୋଲାଯିବ । ଆଜି ବସନ୍ତ ପଞ୍ଚମୀର ପବିତ୍ର ଅବସରରେ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ନରେନ୍ଦ୍ର ନଗର ଟିହରୀ ସ୍ଥିତ ରାଜଦରବାରରେ ତାରିଖ ଘୋଷଣା କରାଯାଇଥିଲା । ଏନେଇ ଏଏନ୍‌ଆଇ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛି ।

Get real time updates directly on you device, subscribe now.