fbpx

ଏଣିକି ପ୍ରତ୍ୟେକ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର, ଜାଣନ୍ତୁ କାହିଁକି

ପୁରୀ, ୨୮ା୩ (ଓଡିଶା ଭାସ୍କର): ଏଣିକି ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ଜଗନ୍ନାଥପ୍ରେମୀମାନେ ରବିବାର ଦିନ ଆଉ କରିପାରିବେ ନାହିଁ ଜଗନ୍ନାଥଙ୍କ ଦର୍ଶନ । ଦିନକୁ ଦିନ ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସେଥିପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକତାନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଉଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବାରୁ ସଂକ୍ରମଣର ଭୟ ରହିଛି । ତେଣୁ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.