fbpx

ଶ୍ରୀମନ୍ଦିର ପରିକ୍ରମା ପକଳ୍ପ ପ୍ରସଙ୍ଗ: ରବିବାର ଅନୁଧ୍ୟାନ କରିବ ଏଏସଆଇର ସ୍ୱତନ୍ତ୍ର ଟିମ୍

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗକୁ ନେଇ ରାଜନୀତି ଜୋର୍ ଧରିଥିବାବେଳେ । ରବିବାର ଏଏସଆଇର ସ୍ୱତନ୍ତ୍ର ଟିମ୍ ପୁରୀ ଗସ୍ତ କରିବେ । ଗସ୍ତ ସମୟରେ ଶ୍ରୀମନ୍ଦିର ନିକଟରେ ହେଉଥିବା କାମର ଅନୁଧ୍ୟାନ କରିବେ । ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକଙ୍କ ସହ ଏହି ଟିମ୍ ଅନୁଧ୍ୟାନ କରିବେ । ପ୍ରକଳ୍ପ ଅନୁଯାୟୀ କ’ଣ ନିର୍ମାଣ ହେଉଛି ତାହାର ଅନୁଧ୍ୟାନ କରି ୯ ତାରିଖ ପୂର୍ବରୁ ରିପୋର୍ଟ ଦାଖଲ କରିବ ଏଏସଆଇ । ୯ ରେ ପରିକ୍ରମା ପ୍ରକଳ୍ପକୁ ନେଇ ହାଇକୋର୍ଟରେ ରହିଛି ଶୁଣାଣି ।

ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ବେଆଇନ ଭାବରେ ନିର୍ମାଣ ଯୋଗୁଁ ଶ୍ରୀମନ୍ଦିର ପ୍ରତି ବିପଦ ଥିବା ଦର୍ଶାଇ ଅଭିଯୋଗ କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଉ ଏହି ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି । ଗୋଟିଏ ପଟେ ଏହା ସଂପୂର୍ଣ୍ଣ ବେଆଇନ ଏବଂ ବିନା ଅନୁମତିରେ କାମ ହେଉଥିବା ନେଇ ବିଜେପି ଅଭିଯୋଗ କରୁଥିବା ବେଳେ ବିଜେଡି ଏଏସଆଇର ଅନୁମତିରେ କାମ ହେଉଛି ବୋଲି ଯୁକ୍ତି ରଖିଆସୁଛି । ମାମଲା ହାଇକୋର୍ଟରେ ମଧ୍ୟ ପହଞ୍ଚିଛି ।

Get real time updates directly on you device, subscribe now.