fbpx

SSB ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନୋଟିସ୍: ଗୋଟିଏ ପଦ ପାଇଁ ଆବେଦନ କରି ଅନ୍ୟ ପଦ ପାଇଁ ପେମେଣ୍ଟ କଲେ ପ୍ରାର୍ଥୀତ୍ୱ ରିଜେକ୍ଟ ହୋଇଯିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଚୟନ ବୋର୍ଡ (ଏସଏସବି) ଓଡ଼ିଶା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନୋଟିସ୍ ଜାରି କରାଯାଇଛି । ବର୍ତ୍ତମାନ ସମୟରେ ଏସଏସବି ପକ୍ଷରୁ (୧) ଅଣସରକାରୀ ସହାୟତାପ୍ରାପ୍ତ କଲେଜରେ ଅଧ୍ୟାପକ, (୨) ପୋଷ୍ଟ ଗ୍ରାଜୁଏଟ ଟିଚର, (୩) ସରକାରୀ ଡିଗ୍ରୀ କଲେଜରେ ଜୁନିୟର ଆସିଷ୍ଟାଣ୍ଟ, ଲାବୋରେଟୋରି ଆସିଷ୍ଟାଣ୍ଟ-କମ୍- ଷ୍ଟୋରକିପର ଓ ପିଇଟି, (୪) ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଓୟୁଏଚଏସ), ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଓ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ), ଓଡ଼ିଶାରେ କନିଷ୍ଠ ସହାୟକ ପଦ ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଜାରି ରହିଛି ।

ଏସ.ବି କଲେକ୍ଟ ଜରିଆରେ ଅନଲାଇନ୍ ପେମେଣ୍ଟ କରିବା ପାଇଁ ପ୍ରାର୍ଥୀଙ୍କୁ କ୍ୟାଟେଗୋରୀ ଅନୁସାରେ ପରାମର୍ଶ ଦିଆଯାଇଛି । ତେବେ ଅନଲାଇନରେ ପେମେଣ୍ଟ କରିବା ସମୟରେ କିଛି ପ୍ରାର୍ଥୀ ଗୋଟିଏ ପଦ ପାଇଁ ଆବେଦନ କରି ଅନ୍ୟ ପଦ ପାଇଁ ପେମେଣ୍ଟ କରୁଥିବା ଏସଏସବି ନଜରକୁ ଆସିଛି । ଉଦାହରଣ ସ୍ୱରୂପ: ଜଣେ ପ୍ରାର୍ଥୀ ଅଧ୍ୟାପକ ପଦ ପାଇଁ ଆବେଦନ କରି ଜୁନିୟର ଆସିଷ୍ଟାଣ୍ଟ ପଦ ପାଇଁ ପେମେଣ୍ଟ କରୁଥିବା ଦେଖାଯାଉଛି ।

ଏଭଳି ପେମେଣ୍ଟକୁ ଅଣ-ପେମେଣ୍ଟ ବୋଲି ବୋଲି ଗ୍ରହଣ କରାଯିବ । ଏଥିସହିତ ବିନା ପେମେଣ୍ଟ କାରଣରୁ ସମ୍ପୃକ୍ତ ପ୍ରାର୍ଥୀଙ୍କର ଆପ୍ଲିକେସନ ରିଜେକ୍ଟ କରି ଦିଆଯିବ । ଏସ.ବି କଲେକ୍ଟ ସାଇଟରେ ୪ଟି ଅଲଗା ଅଲଗା ଚାଲାଣ ଉପଲବ୍ଧ ରହିଛି । ତେଣୁ ପ୍ରାର୍ଥୀମାନେ ଯେଉଁ ପଦ ପାଇଁ ଆବେଦନ କରୁଛନ୍ତି ସେହି ପଦ ପାଇଁ ସଠିକ୍ ଭାବେ ପେମେଣ୍ଟ କରନ୍ତୁ । ପ୍ରାର୍ଥୀମାନେ ଯେଉଁ ପଦ ପାଇଁ ଆବେଦନ କରୁଛନ୍ତି ସେହି ପଦ ପାଇଁ ହିଁ ପେମେଣ୍ଟ କରନ୍ତୁ । ଯେଉଁ ପ୍ରାର୍ଥୀମାନେ ଏହା କରିବେ ନାହିଁ ସେମାନଙ୍କର ପ୍ରାର୍ଥୀତ୍ୱ ରିଜେକ୍ଟ ହେଲେ ଏସଏସବି କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ।

ଏସଏସବି ଲିଙ୍କ: https://ssbodisha.ac.in/wp-content/uploads/2024/03/1537.pdf

Get real time updates directly on you device, subscribe now.