SSC Exam 2025: ଜୁନ ମାସ ପାଇଁ ଜାରି ହେଲା ପରୀକ୍ଷା କ୍ୟାଲେଣ୍ଡର, ପଢନ୍ତୁ ଡିଟେଲ୍ସ

କର୍ମଚାରୀ ଚୟନ ଆୟୋଗ ଜୁନରେ ଆୟୋଜିତ ହେବାକୁ ଥିବା ପରୀକ୍ଷା ପାଇଁ ଏଗଜାମ୍ ସେଡ୍ୟୁଲ ଜାରି କରାଯାଇଛି

ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ ଜୁନ ମାସ ପାଇଁ ଏସଏସସି ପରୀକ୍ଷା ୨୦୨୫ର ତାରିଖଗୁଡ଼ିକ ଜାରି କରିଛି। ପରୀକ୍ଷା କ୍ୟାଲେଣ୍ଡର ଅଫିସିଆଲ ୱେବସାଇଟରେ ଜାରି କରାଯାଇଛି। ପ୍ରାର୍ଥୀ କ୍ୟାଲେଣ୍ଡରକୁ ଏସଏସସିର ଅଫିସିଆଲ ୱେବସାଇଟ ..କୁ ଯାଇ ଦେଖିପାରିବେ।

ଜାରି କରାଯାଇଥିବା ଅଫିସିଆଲ ନୋଟିସରେ ଲେଖାଯାଇଛି ଯେ, ୦୯.୦୫.୨୦୨୫ରେ ପ୍ରକାଶିତ ବର୍ଷ ୨୦୨୫-୨୦୨୬ ପାଇଁ ପରୀକ୍ଷାଗୁଡ଼ିକର ଅସ୍ଥାୟୀ କ୍ୟାଲେଣ୍ଡର ଅନୁଯାୟୀ, ଏହା ସୂଚୀତ କରାଯାଇଛି ଯେ, ଆୟୋଗ ବର୍ତ୍ତମାନ ଜୁନ ୨୦୨୫ରେ ନିମ୍ନଲିଖିତ ପରୀକ୍ଷାଗୁଡ଼ିକୁ ଆୟୋଜିତ କରିବାକୁ ନିଷ୍ପତ୍ତି ନେଇଛି।

କିପରି କରିବେ ଚେକ୍‌:
-ପ୍ରାର୍ଥୀଙ୍କୁ ସର୍ବପ୍ରଥମେ ଏସଏସସିର ୱେବସାଇଟ ssc.gov.inକୁ ଯିବାକୁ ପଡ଼ିବ।
-ଏହାପରେ ପରୀକ୍ଷାର୍ଥୀ ହୋମପେଜରେ ଉପଲବ୍ଧ ଏସଏସସି ପରୀକ୍ଷା ୨୦୨୫ ଜୁନ ମାସ ନୋଟିସରେ କ୍ଲିକ୍ କରିବାକୁ ପଡ଼ିବ।
-ଏହାପରେ ଏକ ନୂଆ ପିଡିଏଫ ଫାଇଲ ଖୋଲିବ ଯେଉଁଠାରେ ପରୀକ୍ଷାର୍ଥୀ ପରୀକ୍ଷା ଡେଟକୁ ଚେକ୍ କରିପାରିବେ।
-ଏହାପରେ ପରୀକ୍ଷାର୍ଥୀ ଫାଇଲକୁ ଡାଉନଲୋଡ କରି ଆବଶ୍ୟକତା ପାଇଁ ତା’ର ହାର୍ଡ କପି ନିଜ ପାଖରେ ରଖିପାରିବେ।