fbpx

SSC GD କନଷ୍ଟେବଳ ପଦବୀରେ ହେବ 39 ହଜାର ନିଯୁକ୍ତି, ଏମିତି କରନ୍ତୁ ଆବେଦନ

SSC GD Constable 2025 Notification Released know details

ନୂଆଦିଲ୍ଲୀ: ଜାରି ହେଲା କର୍ମଚାରୀ ଚୟନ ଆୟୋଗ (ଏସଏସସି) ଜେନେରାଲ ଡ୍ୟୁଟି (ଜିଡି) କନଷ୍ଟେବଳ ନୋଟିଫିକେସନ । 39 ହଜାରରୁ ଅଧିକ ପଦରେ ମିଳିବ ଚାକିରୀ । ଗତକାଲି ଅର୍ଥାତ ଗୁରୁବାର ଠାରୁ ଆବେଦନ ମଧ୍ୟ ଆରମ୍ଭ ହୋଇଯାଇଛି । ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଅନଲାଇନ ଓ୍ବେବସାଇଟକୁ ଯାଇ କରିପାରିବେ । ssc.gov.in. କୁ ଯାଇ ସମ୍ପୁର୍ଣ୍ଣ ନୋଟିଫିକସନ ସହିତ ଆବେଦନ ମଧ୍ୟ କରିପାରିବେ । ତେବେ ଏହି ପରୀକ୍ଷା ଦ୍ବାରା 40ରୁ 45 ହଜାର ଛାତ୍ରଛାତ୍ରୀ ଉପକୃତ ହେବା ନେଇ ଅନୁମାନ କରାଯାଉଥିବା ବେଳେ ଏହି ନୋଟିଫିସନରେ 39481 ପଦ ପାଇଁ ନୋଟିଫିକେସନ ବାହାରିଛି ।

କେବେ ରହିଛି ଆବେଦନର ଶେଷ ତାରିଖ- ସେପ୍ଟେମ୍ବର 5 ତାରିଖରୁ ଆବେଦନର ପଦ ଆରମ୍ଭ ହୋଇଖିବା ବେଳେ ଅକ୍ଟୋବର 14 ତାରିଖରେ ଆବେଦନର ଶେଷ ତାରିଖ ରହିଛି ।  ଏହି ନିଯୁକ୍ତି ମାଧ୍ୟମରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ଏବଂ ପାରାମିଲିଟାରୀ ପାଇଁ ମଧ୍ୟ ନିଯୁକ୍ତି କରାଯିବ । ସୀମା ସୁରକ୍ଷା ବଳ, କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳ, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ, ଏସଏସଏଫରେ କନଷ୍ଟେବଳ (ଜିଡି), ଆସମ ରାଇଫଲନ୍ସରେ ରାଫଲମ୍ୟାନ (ଜିଡି) ପାଇଁ ପ୍ରାର୍ଥୀ ମନୋନିତ ହେବେ । ଆବେଦନର ଶେଷ ତାରିଖ ଅକ୍ଟୋବର 14 ତାରିଖ ହୋଇଥିବା ବେଳେ 15 ତାରିଖରେ ଟଙ୍କା ଜମା କରିପାରିବେ । ନଭେମ୍ହର 5ରୁ 7 ତାରିଖ ମଧ୍ୟରେ ଆପ୍ଲିକେସନକୁ ମାର୍ଜିତ କରିପାରିବେ । 2025 ମସିହା ଜାନୁଆରୀ ମାସରେ କମ୍ପ୍ୟୁଟର ବେସ୍ ପରୀକ୍ଷା ହେବ । ଏସଏସସି ଓ୍ବେବସାଇଟରେ ପରୀକ୍ଷା ତାରିଖ ଜାଣିହେବ ।

କେଉଁମାନେ ଆବେଦନ କରିପାରିବେ-ଦ୍ବାଦଶ ପାସ୍ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ । ଯେଉଁମାନେ ଚଳିତ ବର୍ଷ ପରୀକ୍ଷା ଦେଉଥିବେ ସେମାନେ ଆବେଦନ କରିପାରିବେ । 18ରୁ 23 ବର୍ଷ ରହିଛି ବୟସ ସୀମା ।

Get real time updates directly on you device, subscribe now.