SSC Exam Calendar: ୨୦୨୫-୨୬ ବର୍ଷରେ ହେବାକୁ ଥିବା ପରୀକ୍ଷାର ତାଲିକା ଘୋଷଣା

ନୂଆଦିଲ୍ଲୀ: ୨୦୨୫-୨୬ ବର୍ଷରେ ହେବାକୁ ଥିବା ସମସ୍ତ ପରୀକ୍ଷାର ତାଲିକା ଜାରି କରିଛି କର୍ମଚାରୀ ଚୟନ ଆୟୋଗ (ଏସଏସସି) । ଏହି ଅବଧି ମଧ୍ୟରେ ହେବାକୁ ଥିବା ସିଜିଏଲ, ସିଏଚଏସଏଲ, ଜେଏଚଟି, ସିପିଓ ଏସଆଇ, ଦିଲ୍ଲୀ ପୋଲିସ, କନଷ୍ଟେବଳ ଜିଡି, ଜୁନିୟର ଇଞ୍ଜିନିୟର ଆଦି ପରୀକ୍ଷାର ସମୟ ସ୍ଥିରୀକୃତ ହୋଇଛି । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ଆଗାମୀ ଦିନମାନଙ୍କରେ ହେବାକୁ ଥିବା ପରୀକ୍ଷା ବିଷୟରେ ଅବଗତ ହୋଇପାରିବେ । ଏଥିସହିତ ସେହି ଅନୁସାରେ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ।

ଆସନ୍ତା ବର୍ଷ ଫେୃବଆରୀ ମାସ ୨୮ ତାରିଖରେ ଜେଏସଏ/ ଏଲଡିସି ଗ୍ରେଡ ଲିମିଟେଡ ଡିପାର୍ଟମେଣ୍ଟାଲ କମ୍ପିଟିଟିଭ୍ ପରୀକ୍ଷା ୨୦୨୪ର ନୋଟିଫିକେସନ ଜାରି ହେବ ଓ ଏପ୍ରିଲ-ମେ ମାସରେ ପେପର-୧ ପରୀକ୍ଷା ଅନୁଷ୍ଠିତ ହେବ । ଏହାପରେ ଏପ୍ରିଲ-ମେ ମାସରେ ଏସଏସଏ/ ୟୁଡିସି ଗ୍ରେଡ ଲିମିଟେଡ ଡିପାର୍ଟମେଣ୍ଟାଲ ପରୀକ୍ଷା, ୨୦୨୪ର ପେପର-୧ ପରୀକ୍ଷା ହେବ । ଜୁନ-ଜୁଲାଇରେ ମିଳିତ ସ୍ନାତକ ସ୍ତରୀୟ (ସିଜିଏଲ) ଟାୟର-୧ ପରୀକ୍ଷା ହେବ । ଜୁଲାଇ-ଅଗଷ୍ଟରେ ସବ-ଇନ୍ସପେକ୍ଟର ଇନ୍ ଦିଲ୍ଲୀ ପୋଲଇସ ଓ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସେସର ପେପର-୧ ପରୀକ୍ଷା ହେବ ।

ଲିଙ୍କ: https://ssc.gov.in/for-candidates/examination-calendar