fbpx

WTC Final ପୂର୍ବରୁ ଷ୍ଟାର ଅଲରାଉଣ୍ଡରଙ୍କ ଖେଳିବାକୁ ନେଇ ଆଶଙ୍କା: ବୋଲିଙ୍ଗ କରିବା ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଆସନ୍ତା ଜୁନ ୭ ତାରିଖରେ ଭାରତ ଏବଂ ଅଷ୍ୟ୍ରେଲିଆ ବିପକ୍ଷରେ ଖେଳାଯିବ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ବଢିଛି ଟେନସନ । ଦଳର ଷ୍ଟାର ଅଲରାଉଣ୍ଡରଙ୍କୁ ନେଇ ପ୍ରଶ୍ନଘେରରେ ଭାରତୀୟ କ୍ରିକେଟ ଟିମ୍ । ଚଳିତ ଆଇପିଏଲରେ ନିଜ ଦଳ ପାଇଁ ମଧ୍ୟ ସେ ବିଶେଷ ପ୍ରଦର୍ଶନ କରୁନଥିବା ଦେଖିବାକୁ ମିଳିଛି । ତେଣୁ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କୁ ଖେଳାଇବେ କି ନାହିଁ, ସେ ଚିନ୍ତାରେ ପଡି ଯାଇଛି ଟିମ୍ ମ୍ୟାନେଜେମେଣ୍ଟ ।

ସୂଚନା ଅନୁସାରେ, ଗୁଜୁରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସର ଷ୍ଟାର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ବୋଲିଂ କରି ନାହାନ୍ତି । ତେଣୁ ବର୍ତ୍ତମାନ ତାଙ୍କର ଫିଟନେସକୁ ନେଇ ଉଠିଛି ବିରାଟ ପ୍ରଶ୍ନ । ଦମଦାର ଫର୍ମରେ ତାଇ ମଧ୍ୟ ତାଙ୍କୁ ବୋଲିଂ ଦିଆ ନ ଯିବାର ଗୋଟିଏ କାରଣ ହୋଇପାରେ ଫିଟନେସ । ତେବେ ସେ ପ୍ରକୃତରେ ଆହତ କି ଅନ୍ୟ କୌଣସି କାରଣ ପାଇଁ ବୋଲିଂ କରି ନଥିଲେ, ସେ ନେଇ ସଠିକ ତଥ୍ୟ ଦେଇଛନ୍ତି ସାଥୀ ଖେଳାଳି ଗୁରବାଜ । ସେ କହିଛନ୍ତି ଯେ, ଯଦି ଆପଣ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ନାହାନ୍ତି, ତେବେ ଆପଣଙ୍କୁ ଖେଳିବାର ସୁଯୋଗ ଦିଆଯିବ ନାହିଁ । କିନ୍ତୁ ଶାର୍ଦ୍ଦୁଳ ଏହି ମ୍ୟାଚରେ ବ୍ୟାଟିଂ କରିବାକୁ ଆସିଥିଲେ । ତେବେ ଏମିତି ହୋଇପାରେ କି, ତାଙ୍କର ବୋଲିଂ କରିବା ଆବଶ୍ୟକ ପଡି ନଥିଲା । ତେବେ ଏହାର ଉତ୍ତର ଅଧିନାୟକ ଭଲ ଭାବରେ ଦେଇ ପାରିବେ ବୋଲି କହିଛନ୍ତି ଗୁରବାଜ ।

IPL 2023: KKR Post 204/7 After Shardul Thakur's 68-Ball 29 Rescues Act vs  RCB

ତେବେ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ଅଷ୍ଟ୍ରେଲିଆ ବିପକ୍ଷରେ ଶାର୍ଦ୍ଦୁଳ ଭାରତ ପାଇଁ ଜଣେ ପ୍ରମୁଖ ଖେଳାଳି ହୋଇପାରନ୍ତି । ବୋଲିଂ ଅଲରାଉଣ୍ଡର ଭାବେ ସେ ଦଳରେ ସୁଯୋଗ ପାଇଥିବା ବେଳେ ଓଭାଲ ମଇଦାନରେ ସେ ଭଲ କରିବେ ବୋଲି ଆଶା ରକିଛି ଟିମ ଇଣ୍ଡିଆ । ତେଣୁ ବିସିସିଆଇ ମଧ୍ୟ ଚାହିଁବ ଶାର୍ଦ୍ଦୁଳ ଫାଇନାଲ ମ୍ୟାଚ ପର୍ଯ୍ୟନ୍ତ ଏକଦମ୍ ସୁସ୍ଥ ରୁହନ୍ତୁ । ଟିମ ଇଣ୍ଡିଆ ପାଇଁ ୮ଟି ଟେଷ୍ଟ ଖେଳିଥିବା ବେଳେ ଶାର୍ଦ୍ଦୁଳ ଠାକୁର ୨୭ଟି ୱିକେଟ ହାସଲ କରିଛନ୍ତି । ଏହାସହିତ ବ୍ୟାଟିଂରେ ମଧ୍ୟ ସେ ଦମଦାର ପ୍ରଦର୍ଶନ କରିଛନ୍ତି ।

Get real time updates directly on you device, subscribe now.