fbpx

ଟିମ ଇଣ୍ଡିଆ ପାଇଁ ଖୁସି ଖବର: କୋଭିଡ ପରେ ଦଳରେ ଯୋଗ ଦେଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଇଂଲଣ୍ଡରେ ଅଭ୍ୟାସ ମ୍ୟାଚ ଖେଳୁଥିବା ଟିମ ଇଣ୍ଡିଆ ପାଇଁ ଆସିଛି ଖୁସିର ଖବର । କରୋନାରେ ଆକ୍ରାନ୍ତ ହୋଇ ଦଳରୁ ବାଦ ପଡିଥିବା ଷ୍ଟାର ଅଲରାଉଣ୍ଡର ଏବେ ପୁଣି ଥରେ ଦଳରେ ଯୋଡି ହୋଇଛନ୍ତି । କୋଭିଡି ପଜିଟିଭ ହେବାରୁ ଦଳର ଅନ୍ୟ ସଦସ୍ୟମାନଙ୍କ ସହ ଇଂଲଣ୍ଡ ଗସ୍ତରେ ଯାଇ ପାରି ନଥିଲେ ଷ୍ଟାର ଖେଳାଳି ରବିଚନ୍ଦ୍ରନ ଅଶ୍ୱୀନ । ତେବେ ଏହି ମହାମାରୀକୁ ପରାସ୍ତ କରି ଏବେ ସେ ଦଳ ସହ ଯୋଡି ହୋଇଛନ୍ତି ।

He should be spoken in the same breath as Kapil Dev' - Dinesh Karthik lauds  'best all-rounder' R Ashwin

କରୋନାକୁ ମାତ ଦେଇ ଦଳ ସହିତ ପୁଣ ଥରେ ଯୋଡି ହେବାରୁ ଟିମ ଇଣ୍ଡିଆର ଶକ୍ତି ବଢି ଯାଇଛି । ଇଂଲଣ୍ଡରେ ଖେଳିବାର ଅଶ୍ୱୀନଙ୍କ ନିକଟରେ ଖୁବ ଅଭିଜ୍ଞତା ରହିଛି । ତେଣୁ ତାଙ୍କ ଉପସ୍ଥିତି ଦଳକୁ ସଫଳତା ଆଣି ଦେବ ବୋଲି ଅଧିନାୟକ ଏବଂ ଭାରତୀୟ ଫ୍ୟାନ୍ସ ଆଶାବାଦୀ ରହିଛନ୍ତି ।

Get real time updates directly on you device, subscribe now.