fbpx

Star Sports ନା Jio Cinema? କେଉଁଠି ଏବଂ କେମିତି ମାଗଣା ଦେଖିବେ IPL-2024?

ନୂଆଦିଲ୍ଲୀ: ଆଜିଠାରୁ ଆଇପିଏଲର ମହାସମର ଆରମ୍ଭ ହେଉଛି । ଆଇପିଏଲ୍ ୨୦୨୪ ର ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁର ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ୨୨ ମାର୍ଚ୍ଚ ଅର୍ଥାତ୍ ଶୁକ୍ରବାର ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଚେନ୍ନାଇ ସୁପର କିଙ୍ଗସ୍ ପାଞ୍ଚ ଥର ଚାମ୍ପିଅନ୍ ହୋଇ ସାରିଥିବା ବେଳେ ଆରସିବି ଥରେ ବି ଟାଇଟଲ ଜିତିବାରେ ସକ୍ଷମ ହୋଇ ନାହିଁ । ତେବେ ଏଥର ଚେନ୍ନାଇ ନୂଆ ଅଧିନାୟକଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଉଥିବା ବେଳେ ବେଙ୍ଗଲୁରୁ ନୂଆ ଜର୍ସି ଏବଂ ନୂଆ ନାଁ ନେଇ ଆଇପିଏଲ ଖେଳିବ । ତେବେ ଏହି ପରିବର୍ତ୍ତନ କାହା ପାଇଁ ଶୁଭ ହେବ ତାହାର ପରୀକ୍ଷା ଦେବେ ଉଭୟ ଦଳ । ଚେନ୍ନାଇ-ବେଙ୍ଗଲୁରୁ ମ୍ୟାଚ ସବୁବେଳେ ରୋମାଞ୍ଚକର ହୋଇଥାଏା ତେଣୁ ଅନେକ ପ୍ରଶଂସକଙ୍କ ମନରେ ପ୍ରଶ୍ନଅଛି ଏଥର ଆଇପିଏଲ କେମିତି ଦେଖିହେବ । ଯେଉଁମାନେ ଷ୍ଟାଡିୟମକୁ ଯାଇ ଲାଇଭ୍ ମ୍ୟାଚ୍ ଉପଭୋଗ କରିପାରିବେ ନାହିଁ, ସେମାନେ କିପରି ଘରେ ବସି ମାଗଣାରେ ଏହି ମ୍ୟାଚ୍ କେମିତି ଦେଖିପାରିବେ ଆସନ୍ତୁ ଜାଣିବା।

ଚେନ୍ନାଇ ସୁପର କିଙ୍ଗସ- ଏବଂ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ମଧ୍ୟରେ ପ୍ରଥମ ଆଇପିଏଲ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ଆରସିବି ମଧ୍ୟରେ ମ୍ୟାଚ୍ ଚେନ୍ନାଇର ଏମ ଚିଦାମ୍ବରମ୍ (ଚେପକ୍) ଷ୍ଟାଡିୟମରେ ଖେଳାଯିବ । ଆଇପିଏଲ୍ ୨୦୨୪ ର ଉଦଘାଟନୀ ମ୍ୟାଚ୍ ଆଜି ରାତି ୮ ଟାରେ ଭାରତୀୟ ସମୟ ଠାରୁ ଆରମ୍ଭ ହେବ । ତେବେ ଷ୍ଟାଡିୟମକୁ ଯାଇ ପାରି ନଥିବା କ୍ରୀଡ଼ାପ୍ରେମୀ ସିଏସକେ-ଆରସିବିର ଏହି ରୋମାଞ୍ଚକର ମ୍ୟାଚକୁ ଘରେ ବସି ଉପଭୋଗ କରିପାରିବେ । ଏହି ମ୍ୟାଚ୍ ଭାରତର ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ପ୍ରସାରିତ ହେବ । ଏହାବ୍ୟତୀତ ଅନଲାଇନ୍ ମାଧ୍ୟମରେ ଏହି ମ୍ୟାଚ୍ ଜିଓ ସିନେମା ଆପରେ ମଧ୍ୟ ସିଧା ପ୍ରସାରଣ ହେବ । ତେବେ ଆଇପିଏଲର ସମସ୍ତ ମ୍ୟାଚ ତିନୋଟି ଭାଷାରେ ପ୍ରସାରଣ କରାଯିବ । ଷ୍ଟାର ସ୍ପୋର୍ଟସରେ ହିନ୍ଦୀ ଏବଂ ଇଂରାଜୀରେ ଆଇପିଏଲ କମେଣ୍ଟ୍ରି ଶୁଣିବାକୁ ମିଳିବ । ସେହିପରି ଜିଓ ସିନେମାରେ ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ଭୋଜପୁରୀ ଭାଷାରେ ମଧ୍ୟ ଆଇପିଏଲର ମଜା ନେଇପାରିବେ ଦର୍ଶକ ।

Get real time updates directly on you device, subscribe now.