fbpx

SBIର ଏହି ସରକାରୀ ସ୍କିମରେ ଜମା କରନ୍ତୁ ୫,୦୦୦ ଟଙ୍କା, ଏହା ବଦଳରେ ବ୍ୟାଙ୍କ ଦେବ ୫୫,୦୦୦ ସୁଧ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ବହୁ ପ୍ରକାରର ସୁବିଧା ଦିଆଯାଉଛି । ଆଜି ଆମେ ଆପଣଙ୍କୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏକ ଏପରି ଯୋଜନା ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଆପଣ ୫୦୦୦ଟଙ୍କା ଲଗାଇଲେ ବ୍ୟାଙ୍କ ତରଫରୁ ୫୫,୦୦୦ ଟଙ୍କା ସୁଧ ପାଇବେ । ଯେହେତୁ ଏହା ଷ୍ଟେଟ ବ୍ୟାଙ୍କ ଅଟେ, ଏଥିରେ ଆପଣଙ୍କର କୌଣସି ରିସ୍କ ରହିବ ନାହିଁ ।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଆରଡି ସୁବିଧା ଦିଆଯାଉଛି । ଯେଉଁଥିରେ ଗ୍ରାହକଙ୍କୁ ଭଲ ସୁଧ ଫାଇଦା ମିଳୁଛି । ଏସବିଆଇ ରିକରିଙ୍ଗ ଡିପୋଜିଟ ଉପରେ ଗ୍ରାହକଙ୍କୁ ୬.୮ ପ୍ରତିଶତ ଦରରେ ସୁଧର ଫାଇଦା ମିଳୁଛି । ଏଥିସହ ଏଥିରେ ସିନିୟର ସିଟିଜେନ୍ସଙ୍କୁ ୭.୫ ପ୍ରତିଶତ ଦରରେ ସୁଧ ମିଳୁଛି । ବ୍ୟାଙ୍କ ଗ୍ରାହକଙ୍କୁ ମ୍ୟାକ୍ସିମମ୍ ୧୦ ବର୍ଷର ଅବଧି ପାଇଁ ଆରଡି କରିବାକୁ ସୁଯୋଗ ଦେଉଛି । ଏସବିଆଇ ସରକାରୀ ବ୍ୟାଙ୍କ ଲିଷ୍ଟରେ ସବୁଠାରୁ ଉପରେ ରହିଛି । ଆପଣ ନିଜ ସୁବିଧା ହିସାବରେ ଭିନ୍ନ-ଭିନ୍ନ କାର୍ଯ୍ୟକାଳ ପାଇଁ ଆରଡି କରିପାରିବେ ।

ଯଦି ଆପଣଙ୍କୁ ୫୫,୦୦୦ ଟଙ୍କାର ସୁଧ ଦରକାର ତେବେ ଆପଣ ପ୍ରତି ମାସରେ ୫୦୦୦ ଟଙ୍କାର ଆରଡି କରିବାକୁ ପଡିବ । ଏହା ବ୍ୟତୀତ ଏଥିରେ ଆପଣଙ୍କୁ ୫ ବର୍ଷ ଅବଧିର ଆରଡି କରିବାକୁ ପଡିବ । ଏଥିରେ ଆପଣଙ୍କୁ ବ୍ୟାଙ୍କ ତରଫରୁ ୬.୫ ପ୍ରତିଶତ ଦରରେ ସୁଧ ମିଳିବ । ପ୍ରତିବର୍ଷ କମ୍ପାଉଣ୍ଡ ହୋଇ ସୁଧ ବଢିବ ଏବଂ ଆପଣଙ୍କୁ ୫ ବର୍ଷ ପରେ ୫୪,୯୫୭ ଟଙ୍କାର ସୁଧ ମିଳିବ ।

କେଉଁ ଅବଧୀରେ କେତେ ଟଙ୍କା ମିଳିବ:
-୧ରୁ ୨ ବର୍ଷ ର କମ ଆରଡି ଉପରେ ସାଧାରଣ ନାଗରିକଙ୍କୁ ୬.୮୦ ପ୍ରତିଶତର ସୁଧ ମିଳିବ । ସେହିପରି ବରିଷ୍ଠ ନାଗରିକଙ୍କୁ ୭.୩୦ ପ୍ରତିଶତର ସୁଧ ମିଳିବ ।
-୨ବର୍ଷରୁ ଅଧିକ ଏବଂ ୩ ବର୍ଷର କମ ଆରଡି ଉପରେ ସାଧାରଣ ନାଗରିକଙ୍କୁ ୭ ପ୍ରତିଶତ ଏବଂ ବରିଷ୍ଠ ନାଗରିକଙ୍କୁ ୭.୫୦ ପ୍ରତିଶତର ସୁଧ ମିଳିବ ।
-୩ ବର୍ଷରୁ ଅଧିକ ଏବଂ ୫ ବର୍ଷରୁ କମ ଆରଡି ଉପରେ ସାଧାରଣ ନାଗରିକଙ୍କୁ ୬.୫୦ ପ୍ରତିଶତ ଏବଂ ବରିଷ୍ଠ ନାଗରିକଙ୍କୁ ୭ ପ୍ରତିଶତର ସୁଧ ମିଳିବ ।
-୫ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଆରଡି ଉପରେ ସାଧାରଣ ନାଗରିକଙ୍କୁ ୬.୫୦ ପ୍ରତିଶତ ଏବଂ ବରିଷ୍ଠ ନାଗରିକଙ୍କୁ ୭.୫୦ ପ୍ରତିଶତ ସୁଧ ମିଳିବ ।

Get real time updates directly on you device, subscribe now.