fbpx

ରାଜ୍ୟ ବଜେଟ୍ ୨୦୨୪-୨୫: ଆରମ୍ଭ ହେବ ପ୍ରସ୍ପର-ଓଡ଼ିଶା ଯୋଜନା, ୫୦ ହଜାର କୋଟି ଟଙ୍କା ବ୍ୟୟବରାଦ

ଭୁବନେଶ୍ୱର: ଆଜି ବିଧାନସଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟ ବଜେଟ୍ ୨୦୨୪-୨୫ ଉପସ୍ଥାପନ କରିଛନ୍ତି । ବଜେଟରେ ଷ୍ଟାର୍ଟଅପକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏଣିକି ଗତିଶୀଳ ହେବ ଷ୍ଟାର୍ଟଅପ୍ ଓଡ଼ିଶା । ରାଜ୍ୟରେ ବିଶେଷ କରି ଯୁବ ବର୍ଗଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଷ୍ଟାର୍ଟଅପ୍ ଉପରେ ଅଧିକ ଗୁରୁତ୍ୱାରୋପ କରାଯାଉଛି । ଚଳିତ ବଜେଟରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଶିଳ୍ପ ପୁଞ୍ଜର ବିକାଶ ପାଇଁ ପ୍ରସ୍ପପର-ଓଡ଼ିଶା କାର୍ଯ୍ୟକାରୀ କରିବେ । ଏହା ଦ୍ୱାରା ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ ଇନକ୍ୟୁବେସନ ସେଣ୍ଟର ଗୁଡିକ ମାଧ୍ୟମରେ ପ୍ରତିବର୍ଷ ୧ ହଜାର ଉଦ୍ୟୋଗୀଙ୍କୁ ସହାୟତା ଯୋଗାଇ ଦିଆଯିବ । ଏହି ବଜେଟରେ ଶିଳ୍ପପୁଞ୍ଜର ବିକାଶ ପାଇଁ ଆର୍ଥିକ ସହାୟତା ଯୋଜନା ଅଧିନରେ ୫୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ଅଛି ।

ସେହିପରି ୨୦୨୭ ଜୁନ ମାସ ସୁଦ୍ଧା ରାଉରକେଲା , ସମ୍ବଲପୁର, ପାରାଦୀପ ଓ ଧାମରାକୁ ସଂଯୋଗ କରୁଥିବା ଶିଳ୍ପ କରିଡରର ବିକାଶ ପାଇଁ ବଜେଟରେ ଶିଳ୍ପ କରିଡର ବିକାଶ ପାଇଁ ଆର୍ଥିକ ସହାୟତା ଯୋଜନା ଅଧୀନରେ ୨୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି ।

Get real time updates directly on you device, subscribe now.