fbpx

ରାଜ୍ୟ କ୍ୟାବିନେଟ୍‍ ବୈଠକ: ଛଅ ବିଭାଗର ୭ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ୭ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ସମେତ ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋପାଳନ, ଦୁଗ୍ଧ ଉତ୍ପାଦନକୁ ଗୁରୁତ୍ୱ ଦିଆଯାଇଛି । ଗୋସମ୍ପଦ ବୀମା ୮୫% ଦେବେ ସରକାର ଓ ବାକି ୧୫% ଚାଷୀ ଦେବେ ।

ଅନ୍ୟପଟେ ଓମଫେଡକୁ ସଶକ୍ତ ପାଇଁ ସହାୟତା ଦିଆଯିବ ଓ ଫଡର ଚାଷ ପାଇଁ ଇନସେନଟିଭର ସୁବିଧା ରହିବ । ଆଗାମୀ ୫ ବର୍ଷରେ ୧୪୨୩ କୋଟି ଟଙ୍କାର ସହାୟତା ରାଶିକୁ ମଞ୍ଜୁରୀ ଦିଆଯାଇଛି ।

ହାଇକୋର୍ଟ କର୍ମଚାରୀଙ୍କ ପାଇଁ ୫୫୦ ଷ୍ଟାଫ୍ କ୍ୱାର୍ଟର୍ସ ନିର୍ମାଣ ହେବ ।୩୦ ମାସ ମଧ୍ୟରେ କ୍ୱାର୍ଟର୍ସ ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ବେସରକାରୀ ଡିଲରଙ୍କୁ ଆଉ ଦେଢ଼ ବର୍ଷ ପର୍ଯ୍ୟନ୍ତ ମିଳିଛି ଏକ୍ସଟେନସନ୍ ।

Get real time updates directly on you device, subscribe now.