fbpx

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ବୈଠକ: ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଆସନ୍ତାକାଲି ବସିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ । ଏଥିରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିବାର ସମ୍ଭାବନା ରହିଛି । ଆସନ୍ତାକାଲି ଅପରାହ୍ନ ୫ଟାରେ ବୈଠକ ବସିବ ନେଇ ସୂଚନା ମିଳିଛି । ବୈଠକରେ ୧୦ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର ।

ପାନୀୟ ଜଳ ଯୋଗାଣ, କୃଷି, ପର୍ୟ୍ୟଟନ ଏବଂ ଅନ୍ୟାନ୍ୟ ବିଷୟରେ ହେବ ଆଲୋଚନା ହେବ । ମୁଖ୍ୟମନ୍ତ୍ରୀ ଭିସି ଜରିଆରେ କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିବେ । କ୍ୟାବିନେଟ ମନ୍ତ୍ରୀମାନେ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ଯୋଡି ହେବେ । ବୈଠକରେ ରାଜ୍ୟ ସ୍ବାର୍ଥ ସମ୍ବଳିତ ୧୦ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିବ । ଆଗକୁ ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି କ୍ୟାବିନେଟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆଣିପାରନ୍ତି ସରକାର । ପଞ୍ଚାୟତିରାଜ, ପାନୀୟଜଳ, ମହିଳା ଏବଂ ଶିଶୁ ବିକାଶ, ସ୍ବାସ୍ଥ୍ୟ, ପୂର୍ତ୍ତ, ନଗର ଉନ୍ନୟନ, ଆଇନ, ଯୋଗାଣ ଓ ସମବାୟ ଆଦି ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ ବୋଲି ସମ୍ଭାବନା ରହିଛି ।

Get real time updates directly on you device, subscribe now.