fbpx

ଘରେ ବସି କିପରି କରିବେ ଭୋଟ୍ ପରିଚୟ ପତ୍ର? ଏପରି ବୁଝାଇ କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଆରମ୍ଭ ହୋଇଛି ରାଜନୀତି । ଏନେଇ ରାଜନେତାଙ୍କ ସମେତ ନିର୍ବାଚନ ଅଧିକାରୀମାନେ ବି ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହାରି ମଧ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ । ଘରେ ବସି କିପରି ଭୋଟ୍ ପରିଚୟ ପତ୍ର କରିପାରିବେ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମଳିନୀରେ ସେ ଆଜି ବୁଝାଇ କହିଛନ୍ତି ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମତରେ, ‘ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ହେଲ୍ପ ଲାଇନ ଆପ୍ ଆସିଛି । ଏହା ସପ୍ଲିମେଣ୍ଟାରି ଭୋଟର ଲିଷ୍ଟ, ଡିଜିଟାଲ ଭୋଟର ଆଇଡି ପାଇଁ ବ୍ୟବହାର ହେବ । ଏହି ଆପ୍ ମାଧ୍ୟମରେ ଡିଜିଟାଲ ଭୋଟର ଆଇଡି ପାଇଁ ମଧ୍ୟ ଆବେଦନ କରିହେବ ।’

ଏହି ଆପରେ ଘରେ ବସି ନିଜ ଠିକଣା, ରେସିଡେଣ୍ଟ ପ୍ରୁଫ୍ ଓ ଫଟୋ ଦେବାକୁ ସେ ଅନୁରୋଧ କରିଛନ୍ତି । ପ୍ରତି ବୁଥ୍ରେ ବୁଥ୍ ଲେଭଲ ଅଫିସରଙ୍କୁ ସମସ୍ତ କାଗଜପତ୍ର ଦେବାକୁ କୁହାଯାଇଛି । ଏହା ପରେ ସ୍ପିଡ ପୋଷ୍ଟ ମାଧ୍ୟମରେ ଆପଣଙ୍କ ଘରେ ନୂଆ ଭୋଟର କାର୍ଡ ପହଞ୍ଚିବ । ଏହି ଆପ ଜରିଆରେ ଆପଣ ନୂଆ ଭୋଟ୍ ପରିଚୟପତ୍ର ଓ ସଂଶୋଧନ ବି କରିପାରିବେ । ନିଖୋଜ ଥିଲେ ବି ନୂଆ ଭୋଟର ଆଇଡି କରିହେବ ବୋଲି ସୁଶିଲ କୁମାର ଲୋହାନୀ କହିଛନ୍ତି ।

Get real time updates directly on you device, subscribe now.