୭୯ ଡିଏସପି ଓ ଏସଡିପିଓ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର : ୭୯ ଜଣ ଡିଏସପି ରାଙ୍କ ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର । ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞିପ୍ତି । ୭୯ ଡିଏସପି ଓ ଏସଡିପିଓ ସ୍ତରରେ ଅଦଳବଦଳ । ଭଦ୍ରକ ସିଟି ଡିଏସ୍ ପି ହେଲେ ସୁଧାଂଶୁ ଭୂଷଣ ଜେନା । ଶରତ ଚନ୍ଦ୍ର ପାତ୍ର ହେଲେ ଏସିପି, ପୋଲିସ କମିଶନରେଟ ।

ସେହିପରି ବିଜୟିନୀ ମଲ୍ଲଙ୍କୁ କମିଶନରେଟ ପୋଲିସରେ ଏସିପି ନିଯୁକ୍ତି ମିଳିଛି । ସତ୍ୟରଞ୍ଜନ ପ୍ରଧାନଙ୍କୁ ପୋଲିସ କମିଶନରେଟ ଏସିପି ଦାୟିତ୍ବ ଦିଆଯାଇଛି । ବିଶ୍ବଜିତ ମନବୋଧା ମଧ୍ୟ ଏସିପି, ପୋଲିସ କମିଶନରେଟ ନିଯୁକ୍ତ ହୋଇଛନ୍ତି । ଅଭିମନ୍ୟୁ ନାୟକ ହେଲେ ଏସିପି, ପୋଲିସ କମିଶନରେଟ । ତ୍ରିପତି ଚୌଧୁରୀଙ୍କୁ ବ୍ରହ୍ମପୁର ଟ୍ରାଫିକ ଡିଏସ୍ ପି ଦାୟିତ୍ବ ଦିଆଯାଇଛି । ଲକ୍ଷ୍ମୀପୁର ଏସଡିପିଓ ହେଲେ ମନୋଜ କୁମାର ବେହେରା ।