fbpx

ଷ୍ଟେଟ୍ ହେଲଥ୍ ଆସ୍ୟୁରାନ୍ସ ସୋସାଇଟି ପକ୍ଷରୁ ବିଜ୍ଞପ୍ତି: ମାସିକ ବେତନ ୪୪ ହଜାର, ଆଜିଠାରୁ ଆବେଦନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରିବାକୁ ଇଚ୍ଛୁକ ଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଢ଼ିଆ ସୁଯୋଗ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଆଇଟି ମ୍ୟାନେଜର ପଦ ପୂରଣ ହେବ । ଏଥିପାଇଁ ପ୍ରାର୍ଥୀଙ୍କୁ ମାସିକ ୪୪ ବେତନ ପ୍ରଦାନ ପ୍ରଦାନ କରାଯିବ । ଏଥିସହିତ ପ୍ରାର୍ଥୀଙ୍କୁ ପି.ଆଇ ସୁବିଧା ମଧ୍ୟ ପ୍ରଦାନ କରାଯିବ । ପ୍ରାର୍ଥୀଙ୍କୁ ଚୁକ୍ତିଭିତ୍ତିକ ଭାବେ ଏହି ନିଯୁକ୍ତି ଦିଆଯିବ ଓ ସୋସାଇଟିର ନିୟମ ଓ ସର୍ତ୍ତାବଳୀ ଅନୁସାରେ ତାହାକୁ ରିନ୍ୟୁ କରାଯିବ ।

ଇଚ୍ଛୁକ ପ୍ରାର୍ଥୀମାନେ www.nhmodisha.gov.inର ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ । ଜୁଲାଇ ୩୧ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ହୋଇ ଅଗଷ୍ଟ ୧୩ ରାତି ୧୧.୫୯ ପର୍ଯ୍ୟନ୍ତ ଚାଲିବ । ପ୍ରାର୍ଥୀମାନେ ସିଷ୍ଟମ ଜେନେରେଟ ଆପ୍ଲିକେସନ ଫର୍ମରେ ସାଇନ କରି ସେଲଫ-ଆଟେଷ୍ଟେଡ ଡକ୍ୟୁମେଣ୍ଟଗୁଡ଼ିକୁ ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୫.୩୦ ସୁଦ୍ଧା ପଠାଇ ପାରିବେ । ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ଯୋଗ୍ୟତା, ବୟସ, ପଦ ସଂଖ୍ୟା, ଚୟନ ପ୍ରଣାଳୀ ବିଷୟରେ ଅବଗତ ହେବା ନିହାତି ଜରୁରୀ ।

Get real time updates directly on you device, subscribe now.