fbpx

Digitization ହେବ ରାଜ୍ୟ ଗ୍ରନ୍ଥାଗାର: ଅନଲାଇନରେ ପଢ଼ିହେବ ଦୁଇ ଲକ୍ଷରୁ ଅଧିକ ପୁସ୍ତକ, ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଏଣିକି ଅନଲାଇନରେ ମିଳିବ ପୁସ୍ତକ । ଏହାଫଳରେ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ଲୋକମାନେ ସହଜରେ ପୁସ୍ତକ ପଢ଼ିପାରିବେ । ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରକ୍ରିୟାକରଣ ଆରମ୍ଭ ହୋଇଛି । ରାଜ୍ୟ ଗ୍ରନ୍ଥାଗାରକୁ ଡିଜିଟାଇଜେସନ କରାଯିବ । ତେଣୁ ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ମୁହୂର୍ତ୍ତରେ ନିଜ ମନ ପସନ୍ଦର ବହି ପଢ଼ିପାରିବେ ।

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରାନ୍ଥାଗାରରେ ଥିବା ପ୍ରତ୍ୟେକ ପୁସ୍ତକର ଡିଜିଟାଇଜେସନ କରାଯିବ । ଗ୍ରନ୍ଥାଗାରରେ ଥିବା ୨ ଲକ୍ଷ ୪୩ ହଜାର ପୁସ୍ତକ ଅନଲାଇନରେ ଉପଲବ୍ଧ ହେବ । ପ୍ରତ୍ୟେକ ବହିର ନାମ ଓ ଲେଖକଙ୍କ ନାମ ଉଲ୍ଲେଖ ରହିବ । ଏହାଫଳରେ କେଉଁ ଲେଖକଙ୍କ କେଉଁ ବହି ରହିଛି ତାହା ବିଶ୍ୱର କୋଣ ଅନୁକୋଣରେ ଥାଇ ଜଣେ ସହଜରେ ଜାଣିପାରିବ । ତେବେ ଏହା ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୮୦ ହଜାର ପୁସ୍ତକର ଡିଜିଟାଇଜେସନ କରାଯାଇଛି ।

ତେବେ ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷା ଓ ଅନ୍ୟ ରିସର୍ଚ୍ଚ ସମ୍ବନ୍ଧୀୟ ପୁସ୍ତକ ପାଇଁ ଗ୍ରନ୍ଥାଗାରକୁ ଆସି ସୂଚନା ପାଇ ପାରିବେ । ଅନଲାଇନରେ ପଢ଼ା ବହି ବ୍ୟତୀତ ବିଭିନ୍ନ ପ୍ରକାରର ପୁସ୍ତକ ମିଳିବ । ଏନେଇ ଜାତୀୟ କ୍ଷୁଦ୍ରଶିଳ୍ପ ନିଗମ ଦ୍ୱାରା ନିୟୋଜିତ ମାନବ ସମ୍ବଳ ଦ୍ୱାରା ଗ୍ରନ୍ଥାଗାରର ଡିଜିଟାଇଜେସନ କାର୍ଯ୍ୟ କରାଯାଉଛି । ଅଟୋମେସନ ମାଧ୍ୟମରେ ଇ-ଲାଇବ୍ରେରୀ ବ୍ୟବସ୍ଥା କରାଯାଉଛି । ଏହି ସମସ୍ତ କାର୍ଯ୍ୟ ପାଇଁ ଏକ ସ୍ୱତନ୍ତ୍ର ସଫ୍ଟୱେରର ବ୍ୟବହାର କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.