fbpx

ପାକିସ୍ତାନରେ ମହାରାଜା ରଣଜିତ୍‌ ସିଂହଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜ, ତେହରିକ୍‌-ଇ-ଲାବାକ୍‌ ସଂଗଠନ ଏହି କାଣ୍ଡ ଘଟାଇଥିବା ସନ୍ଦେହ

ଲାହୋର: ପାକିସ୍ତାନରେ ଭାରତୀୟ ଇତିହାସ ସହିତ ଜଡିତ ପ୍ରତୀକ ଉପରେ ଆକ୍ରମଣ ହୋଇଛି । ଲାହୋରରେ ମହାରାଜା ରଣଜୀତ ସିଂହଙ୍କ ମୂର୍ତ୍ତିକୁ ଭଙ୍ଗାରୁଜା ନେଇ ସାମ୍ନାକୁ ଆସିଛି ଖବର । ତେହରିକ୍‌-ଇ-ଲାବାକ୍‌ ପାକିସ୍ତାନ ସଂଗଠନର ସଦସ୍ୟଙ୍କ ପକ୍ଷରୁ ଏହି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି । ଲାହୋର କିଲାରେ ନିର୍ମିତ ଏହି ପ୍ରତିମାର ଉନ୍ମୋଚନ ଜୁନ ୨୦୧୯ରେ କରାଯାଇଥିଲା । ଏହି ବ୍ରୋଞ୍ଜରେ ନିର୍ମିତ ୯ ଫୁଟର ପ୍ରତିମୂର୍ତ୍ତି ମହାରାଜା ମହାରାଣା ରଣଜିତ୍ ସିଂହଙ୍କ ୧୮୦ ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ଥାପିତ କରାଯାଇଥିଲା । ସେବେଠାରୁ ସେହି ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରାଯିବାର ଏହା ତୃତୀୟ ଘଟଣା । ଏହା ପୂର୍ବରୁ ଦୁଇଥର ସେହି ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରାଯାଇଥିଲା

 

Get real time updates directly on you device, subscribe now.