ଅଜୟ ଦେବଗନ ଓ କାଜୋଲଙ୍କ ଘରେ ରହିବାକୁ ଚାହାଁନ୍ତି କି? ଗୋଟିଏ ରାତି ପାଇଁ ଦେବାକୁ ପଡିବ ଏତିକି ଟଙ୍କା
ଅଜୟ ଦେବଗନ ଏବଂ କାଜୋଲଙ୍କ ଘରେ ରହିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଗୋଟିଏ ରାତି ପାଇଁ ଦେବାକୁ ପଡିବ ଏତେ ଟଙ୍କା
ମୁମ୍ବାଇ: କଣ ଆପଣ ଗୋଆ ଯିବାକୁ ଏବଂ ସେଠାରେ ରହିବାକୁ ପ୍ଲାନ କରୁଛନ୍ତି କି? ଯଦି ହଁ, ତେବେ ଆପଣ ବଲିଉଡ୍ ଷ୍ଟାର ଅଜୟ ଦେବଗନ ଏବଂ କାଜୋଲଙ୍କ ଭିଲାରେ ରହିପାରିବେ। ପ୍ରକୃତରେ, ବି ଟାଉନ୍ ଷ୍ଟାରଙ୍କର ଉତ୍ତର ଗୋଆର ମାପୁସାରେ ଏକ ଭିଲା (ଭିଲା ଏଟର୍ନା) ଅଛି, ଯାହା ସାଧାରଣ ଲୋକେ ମଧ୍ୟ ବୁକିଂ କରିପାରିବେ।
ତେବେ ଆସନ୍ତୁ ଜାଣିବା ଏହି ଭିଲା ଭିତରୁ କିପରି ଦେଖାଯାଏ ଏବଂ ଏଥିରେ ରହିବା ପାଇଁ ଆପଣଙ୍କୁ କେତେ ଭଡା ଦେବାକୁ ପଡିବ।
ଅଜୟ ଦେବଗନ ଏବଂ କାଜୋଲଙ୍କ ଏହି ଭିଲା ପର୍ତ୍ତୁଗୀଜ୍ ସ୍ଥାପତ୍ୟ ଏବଂ ଆଧୁନିକ ବିଳାସର ଏକ ଉତ୍ତମ ମିଶ୍ରଣ। ଏଥିରେ 5ଟି ବେଡ଼ରୁମ ଏବଂ ଆଟାଚ ବାଥରୁମ୍ ଅଛି। ମୋଟ 12 ଜଣ ଲୋକ ଏଠାରେ ଆରାମରେ ରହିପାରିବେ। ଭିଲାର ମାଷ୍ଟର ବେଡରୁମ୍ ପାଖରେ ଏକ ପର୍ସନାଲ ବଗିଚା ମଧ୍ୟ ଅଛି, ଯାହା ଏହାକୁ ଆହୁରି ସୁନ୍ଦର କରିଥାଏ।
ଏହା ବ୍ୟତୀତ, ଏଠାରେ ଏକ ସୁନ୍ଦର ସୁଇମିଂ ପୁଲ୍, ଡାଇନିଂ, ମନୋରଞ୍ଜନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଏହିପରି ଅନେକ ସୁବିଧା ଏଠାରେ ଅଛି। ଅର୍ଥାତ୍ ଭିଲା ଭିତରେ ସମସ୍ତ ପ୍ରକାରର ବିଳାସପୂର୍ଣ୍ଣ ସୁବିଧା ରହିଛି। କେବଳ ଏତିକି ନୁହେଁ, ଏହି ଭିଲା ଉତ୍ତର ଗୋଆର ବେଳାଭୂମି ଏବଂ ସ୍ଥାନୀୟ ବଜାରର ବହୁତ ନିକଟରେ ଅଛି।
ଗୋଟିଏ ରାତି ପାଇଁ ଭଡା କେତେ? ଆପଣଙ୍କୁ ଏଠାରେ ରହିବାକୁ ହେଲେ ଗୋଟିଏ ରାତିପାଇଁ 79,650 ଟଙ୍କା ଦେଇ ଭିଲା ବୁକ୍ କରିବାକୁ ପଡିବ। ଏଥିରେ ଟିକସ ଏବଂ ଅନ୍ୟାନ୍ୟ ଶୁଳ୍କ ମଧ୍ୟ ଅନ୍ତର୍ଭୁକ୍ତ। ଭିଲାକୁ amastaysandtrails.com ୱେବସାଇଟ୍ ରୁ ବୁକ୍ କରାଯାଇପାରିବ।