fbpx

ପଥର ଖଣିରେ ବଡ଼ଧରଣର ଭୂସ୍ଖଳନ: ଚାଲିଗଲା ୧୦ ଜଣଙ୍କ ପ୍ରାଣ

Advertisement

ନୂଆଦିଲ୍ଲୀ : ମିଜୋରାମରେ ବଡ଼ଧରଣର ଭୂସ୍ଖଳନ ଘଟିଛି । ପଥର ଖଣିରେ ଭୂସ୍ଖଳନ ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏଥିରେ ଆହୁରି ଫସିରହିଥିବା ସନ୍ଦେହ କରାଯାଉଛି । ତେବେ ଫସିରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଏଠାରେ ପ୍ରବଳ ବର୍ଷା ହେବା ପରେ ପଥର ଖଣିରେ ଭୂସ୍ଖଳନ ଘଟିଛି ।ଏହି ଦୁର୍ଘଟଣାଟି ମିଜୋରାମ ରାଜଧାନୀ ଆଇଜୋଲରେ ଘଟିଛି । ଏଠାରେ ରେମଲ ବାତ୍ୟା କାରଣରୁ ବହୁ ମାତ୍ରାରେ ଝଡ଼ ଦେଖିବାକୁ ମିଳିଥିଲା । ଏହାରି ମଧ୍ୟରେ ମଙ୍ଗଳବାର ସକାଳେ ପାଖାପାଖି ୬ଟାରେ ଆଇଜୋଲର ମେଲଥମ ଏବଂ ହ୍ଲିମେନ ସୀମାରେ ଏକ ପଥର ଖଣି ଭୂଷୁଡି ପଡିଛି । ଖଣି ଦୋହଲିବା ପରେ ଅନେକ ଘର ମଧ୍ୟ ଭୂଷୁଡି ପଡିଛି ।

ମିଜୋରାମରେ ଏପରି ଦୁର୍ଘଟଣା ଦୁଇ ବର୍ଷ ପୂର୍ବେ ହୋଇସାରିଛି । ପ୍ରଦେଶର ହନଥିୟାଲ ଜିଲ୍ଲାରେ ୧୪ ନଭେମ୍ବର ୨୦୨୨ରେ ଏକ ପଥର ଖଣିରେ ହୋଇଥିଲା । ଭୂସ୍ଖଳନ ସମୟରେ ଅନେକ ବଡ ବଡ ପଥର ଶ୍ରମିକମାନଙ୍କ ଉପରେ ପଡିଯାଇଥିଲା । ଯେଉଁଥିରେ ୧୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.