ଅଲ୍ଲୁଙ୍କ ଅଡ଼ୁଆରେ ଲାଗୁନି ବ୍ରେକ୍… ନାୟକଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସାଙ୍ଗକୁ ଘରେ ପଶି ଭଙ୍ଗାରୁଜା କଲେ ଲୋକେ, ଟେକିନେଲା ପୋଲିସ
ହାଇଦ୍ରାବାଦ୍: ସୁପରହିଟ୍ ମୁଭି ପୁଷ୍ପା ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଘର ଉପରକୁ ପଥରମାଡ଼। ଅଲ୍ଲୁଙ୍କ ହାଇଦ୍ରାବଦ ଜୁବଲି ହିଲ୍ସସ୍ଥିତ ଘର ବାହାରେ କିଛି ଲୋକ ନାୟକଙ୍କ ବିରୋଧରେ ରବିବାର କିଛି ଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରତିବାଦ ସାଙ୍ଗକୁ ସେମାନେ ଅଲ୍ଲୁଙ୍କ ଘରଉପରକୁ ଢେଲା ପଥର ମାଡ଼ କରିଛନ୍ତି । ସୂଚନାଯୋଗ୍ୟ ଜେଏସି କମିଟିର ସଦସ୍ୟ ଏପରି କରିଛନ୍ତି । ତେବେ ପ୍ରଦର୍ଶନକାରୀଙ୍କୁ ପୋଲିସ ଗିରଫ କରିନେଇଛି । ପ୍ରତିବାଦ ସମୟରେ କିଛି ଅଜ୍ଞାନ୍ତ ଲୋକ ଜୋର ଜବରଦସ୍ତ ଅଲ୍ଲୁଙ୍କ ଘରେ ପଶି ଭଙ୍ଗାରୁଜା କରିଥିବା ମଧ୍ୟ କୁହାଯାଉଛି । ହାଇଦ୍ରାବାଦ ପୋଲିସ ସୂଚନା ମୁତାବକ ଉସ୍ମାନିଆ ୟୁନିଭର୍ସିଟି ସହ ଜଡ଼ିତ ଜେଏସି କମିଟିର ୬ ଜଣ ସଦସ୍ୟ ଏ ଆକ୍ରମଣ ଭିଆଇଛନ୍ତି । ସୂଚନା ମୁତାବକ ଏ ଘଟଣା ନେଇ କୌଣସି ଅଭିଯୋଗ ବର୍ତ୍ତମାନ ସୁଦ୍ଧା ଦାଖଲ ହୋଇନାହିଁ ।
ରବିବାର ଦିନ ଅଲ୍ଲୁ ଇନଷ୍ଟାଗ୍ରାମର ଏକ ପୋଷ୍ଟ ଶେୟାର କରିଛନ୍ତି । ତାଙ୍କୁ ଅନଲାଇନ୍ କିମ୍ବା ଅଫଲାଇନରେ ଖରାପ ଭାଷାରେ ଗାଳି ନ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ଏହାପୂର୍ବରୁ ଶନିବାର ଦିନ ଅଲ୍ଲୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଯେଉଁଥିରେ ସେ ସନ୍ଧ୍ୟା ଥିଏଟରରେ ଘଟିଥିବା ଅଘଟଣ ପାଇଁ ଦୁଃଖିତ ଥିବା କହିଥିଲେ । ଏଥିସହ ତାଙ୍କ ଚରିତ୍ର ସଂହାର କରିବାକୁ ଚେଷ୍ଟା କରାଯାଉଥିବା ମଧ୍ୟ ଅଲ୍ଲୁ ମିଡିଆକୁ ଜଣାଇଥିଲେ ।