fbpx

ମାଡି ଆସୁଛି ବାତ୍ୟା! ଆସନ୍ତା ସପ୍ତାହରେ ସମ୍ଭାବନା ଥିବା ନେଇ ବରିଷ୍ଠ ପାଣିପାଗ ବିଜ୍ଞାନୀଙ୍କ ସୂଚନା

ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପ ସାଗରରେ ଲଘୁଚାପ ପାଇଁ ଅନୁକୂଳ ବାତାବରଣ, ଏଇ ସପ୍ତାହ ଶେଷ କିମ୍ବା ଆସନ୍ତା ସପ୍ତାହ ଆରମ୍ଭରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଆସନ୍ତା ୫ ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭବନା ଥିବା ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏନେଇ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଅନ୍ୟପକ୍ଷେ ଅନ୍ତର୍ଜାତୀୟ ପାଣିପାଗ ବିଶେଷଜ୍ଞ ଜାସନ ନିକୋଲସ ସୋମବାର ଏକ ଟ୍ୱିଟ କରି ବାତ୍ୟା ସୂଚନା ଦେଇଛନ୍ତି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ସପ୍ତାହ ସୁଦ୍ଧା ପୂର୍ବ ଭାରତରେ ଏହାର ପ୍ରଭାବ ଦେଖାଇବ ବୋଲି ସେ ଅନୁମାନ କରିଛନ୍ତି ।

ଚଳିତ ସପ୍ତହର ଶେଷ କିମ୍ବା ଆସନ୍ତା ସପ୍ତାହର ଆରମ୍ଭରେ ଏହି ଲଘୁଚାପ କ୍ଷେତ ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇପାରେ । ଏହାର ପ୍ରଭାବ ଭାରତ, ବାଂଲାଦେଶ ଏବଂ ମ୍ୟାମାରରେ ଦେଖିବାକୁ ମିଳିବ ବୋଲି ସେ ଆକଳନ କରିଛନ୍ତି । ଅନ୍ୟପକ୍ଷେ ଆଇଏମଡି ଡିଜି ମୃ୍ତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ମେ’ ୫ ତାରିଖ ପରେ ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ଲକ୍ଷୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆକଳନ କରିଥିଲେ । ଏହା ଅଧିକ ଘନୀଭୁତ ହୋଇପାରେ ବୋଲି ସେ ଆକଳନ କରିଥିଲେ । ତେବେ ଏତେ ଶୀଘ୍ର ଏହା ଉପରେ ଆକଳନ କରିବା ସମ୍ଭବ ନୁହେଁ ବୋଲି ସେ କହିଥିଲେ ।

ଇତିମଧ୍ୟରେ ଆଇଏମଡି ପକ୍ଷରୁ ସତର୍କ ସୂଚନା ଦିଆଯାଇ କୁହାଯାଇଛି, ମଇ ୨ ତାରିଖ ମଙ୍ଗଳବାର ସକାଳ ସାଢ ଆଠଟା ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡା ଏବଂ ଗଜପତି ଜିଲ୍ଲାରେ ଘଡଘଡି ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ, ବାଲାସୋର, ଭଦ୍ରକ, ଯାଜପୁରର ଜିଲ୍ଲାର ଗୋଟିଏ ବା ୨ଟି ସ୍ଥାନରେ ଏହି ସମୟ ମଧ୍ୟରେ ଘୂର୍ଣ୍ଣିଝଡ ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.