fbpx

ମନ୍ଦିରରୁ ଆସିଲା ଅଜବ ଶବ୍ଦ, ଦ୍ୱାର ଖୋଲି ଯାହା ଦେଖିଲେ ସେଥିରେ ନିଜ ଆଖିକୁ ବି ବିଶ୍ୱାସ କରିହେବନି

ଗୁରୁଗ୍ରାମ: ଗୁରୁଗ୍ରାମରୁ ଈଶ୍ୱରୀୟ ଲୀଳାର ଏକ ଅଭିନବ ଚିତ୍ର ସାମ୍ନାକୁ ଆସିଛି । ମନ୍ଦିରରେ ଲଡୁ ଗୋପାଳଙ୍କ ଚମତ୍କାରୀ ଲୀଳା ସମସ୍ତଙ୍କୁ ଅଭିଭୂତ କରିଛି । ସାଇବର ସିଟି ଗୁରୁଗ୍ରାମର ଏମଜି ରୋଡ୍ ସ୍ଥିତ ଏସେଲ୍ ଟାୱାରର ଏମରାଲ୍ଡ କୋର୍ଟ ଡି-୩୦୧ରେ ରହୁଛନ୍ତି ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ମାଲିକ ମନୀଷ ଟଣ୍ଡନ । ସେ ଗତ ୧୩ ବର୍ଷ ଧରି ଏଠାରେ ରହି ଆସୁଛନ୍ତି । ସେ କହିଛନ୍ତି ୧୩ ବର୍ଷ ତଳେ ସେ ନିଜ ଘରେ ଲଡୁଗୋପାଳଙ୍କ ବିଗ୍ରହ ବିଧିବଦ୍ଧ ଭାବରେ ପ୍ରାଣ ପ୍ରତିଷ୍ଠା କରିଥିଲେ । ସେବେଠାରୁ ଲଡୁ ଗୋପାଳ ତାଙ୍କ ପରିବାରର ଏକ ଅଂଶ ପାଲଟି ଯାଇଛନ୍ତି ।

ଲଡୁ ଗୋପାଳ କେବଳ ଜନ୍ମାଷ୍ଟମୀରେ ଝୁଲା ଝୁଲିଥାନ୍ତି । କିନ୍ତୁ ମଙ୍ଗଳବାର ସେ ମନ୍ଦିରର ଦ୍ୱାର ଖୋଲିବା ପରେ ଯାହା ଦେଖିଥିଲେ ସେଥିରେ ସେ ପ୍ରଥମେ ନିଜ ଆଖିକୁ ବିଶ୍ୱାସ କରି ପାରି ନ ଥିଲେ । ସେ ଦେଖିଥିଲେ ଲଡୁ ଗୋପାଳଙ୍କ ଝୁଲା ମନକୁ ମନ ଝୁଲିବାରେ ଲାଗିଛି ।

ମନୀଷ କହିଛନ୍ତି ପ୍ରଥମେ ତାଙ୍କୁ ଏହା ପଛରେ କୌଣସି ବୈଜ୍ଞାନିକ କାରଣ ରହିଛି ବୋଲି ମନେ ହୋଇଥିଲା । ସେ ଝୁଲାକୁ ହାତରେ ଅଟକାଇବା ପରେ ଏହା ତ ଅଟକି ଯାଇଥିଲା । କିନ୍ତୁ ହାତ କାଢି ଆଣିବା ପରେ ଏହା ପୁଣି ଝୁଲିଥିଲା । ଏହି ଚମତ୍କାରକୁ ସେ ରାତି ଅଧ ପର୍ଯ୍ୟନ୍ତ ଦେଖିବା ସହ ପୂଜାର୍ଚ୍ଚନା ବି କରିଥିଲେ । ମନୀଷ କହିଛନ୍ତି ସେ ନିଜ ମନୋଭାବକୁ ଶବ୍ଦରେ ପ୍ରକାଶ କରିବାକୁ ଅସମର୍ଥ । ଯେଉଁମାନେ ବୃନ୍ଦାବନ ଯାଇ ବାସୁଦେବ କୃଷ୍ଣଙ୍କ ଦର୍ଶନ କରିପାରୁ ନାହାନ୍ତି ସେମାନେ ତାଙ୍କ ଘରକୁ ଆସି ସାକ୍ଷାତ ଶ୍ରୀକୃଷ୍ଣଙ୍କ ଚମତ୍କାର ଦେଖନ୍ତୁ ବୋଲି ସେ ନିବେଦନ କରିଛନ୍ତି । ଏହି ଘଟଣା ପରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନୀଷଙ୍କ ଘରେ ଲଡୁ ଗୋପାଳଙ୍କ ଚମତ୍କାର ଦେଖିବା ପାଇଁ ପହଞ୍ଚିବାରେ ଲାଗିଛନ୍ତି ।

Get real time updates directly on you device, subscribe now.