fbpx

ଅଜବ ପରମ୍ପରା: ମୃତ୍ୟୁ ପରେ ନିଜ ପ୍ରିୟଜନଙ୍କ ଶବ ଖାଆନ୍ତି ଏହି ଜନଜାତିର ଲୋକ

ନୂଆଦିଲ୍ଲୀ: ଦୁନିଆରେ ଏପରି ଏକ ଜନଜାତି ଅଛି, ଯେଉଁଠାରେ ଲୋକମାନେ ନିଜ ପ୍ରିୟଜନଙ୍କ ମୃତ୍ୟୁ ପରେ ସେମାନଙ୍କର ଶବକୁ ଖାଆନ୍ତି । ଏହା ଆପଣଙ୍କ ପାଇଁ ଅଜବ ଲାଗିଲେ ବି ସତ । ସାଧାରଣତଃ ମୃତ୍ୟୁ ପରେ ଶବକୁ ପୋତି ଦିଆଯାଏ କିମ୍ବା ପୋଡ଼ି ଦିଆଯାଏ, କିନ୍ତୁ ଏପରି ଏକ ଜନଜାତି ଅଛିି, ଯାହାର ଲୋକମାନେ ସେମାନଙ୍କର ପୁରୁଣା ପରମ୍ପରାକୁ ଅନୁସରଣ କରୁଛନ୍ତି ଏବଂ ନିଜ ପ୍ରିୟଜନଙ୍କ ମୃତ୍ୟୁ ପରେ ତାଙ୍କ ମୃତ ଶରୀରକୁ ପୋଡ଼ିବା କିମ୍ବା ସମାଧି ଦେବା ପରିବର୍ତ୍ତେ ଏକାଠି ଖାଉଛନ୍ତି ।

ତେବେ ଦୁନିଆରେ ମଣିଷର ଏପରି ଅନେକ ଜନଜାତି ଅଛନ୍ତି, ଯାହା ବିଷୟରେ ଆପଣଙ୍କୁ ଜଣାନାହିଁ । ସେମାନଙ୍କ ଜୀବନଶୈଳୀ, ରୀତିନୀତି, ପରମ୍ପରା ଓ ସଂସ୍କୃତି ସବୁକିଛି ଅଲଗା । ଏପରି ଏକ ଜନଜାତି ହେଉଛି ୟାନୋମାମି । ଏହି ଜନଜାତିର ଲୋକେ ମରିବା ପରେ ନିଜ ଲୋକଙ୍କ ମାଂସ ଖାଆନ୍ତି । ଏହି ଜନଜାତି ଦକ୍ଷିଣ ଆମେରିକାର ବ୍ରାଜିଲରେ ଅଛନ୍ତି ।

ୟାନୋମାମି ଜନଜାତି ଜନଜାତିର ଲୋକମାନେ ୟନମ ଓ ସିନେମା ନାମରେ ମଧ୍ୟ ଜଣାଶୁଣା । ଏହି ଆଦିବାସୀମାନେ ସେମାନଙ୍କର ପୁରୁଣା ପରମ୍ପରାକୁ ଅନୁସରଣ କରନ୍ତି । ସେମାନଙ୍କ ଉପରେ ବର୍ତ୍ତମାନ ସୁଦ୍ଧା ଆଧୁନିକୀକରଣ ଏବଂ ପଶ୍ଚିମିକରଣର ପ୍ରଭାବ ପଡ଼ିନାହିଁ । ଏହି ଜନଜାତିର ଲୋକମାନେ ସେମାନଙ୍କର ନିଜ ସଂସ୍କୃତି ଓ ପରମ୍ପରାକୁ ଅନୁସରଣ କରନ୍ତି ଏବଂ ବାହାର ଲୋକଙ୍କ ହସ୍ତକ୍ଷେପକୁ ପସନ୍ଦ କରନ୍ତିନି । ବାହାର ଲୋକଙ୍କୁ ସେଠାରେ ବିପଦ ରହିଛି । ଜନଜାତିର ଲୋକମାନେ ତାଙ୍କୁ ସାମିଲ ହେବାକୁ ସୁଯୋଗ ଦିଅନ୍ତି ନାହିଁ ଓ ଅନେକ ଥର ତାଙ୍କ ଉପରେ ଆକ୍ରମଣ କରନ୍ତି । ଏହି ଜନଜାତିର ଲୋକମାନଙ୍କର ଅନ୍ତିମ ସଂସ୍କାର ଅତ୍ୟନ୍ତ ଅଦ୍ଭୁତ, ଯାହାକୁ ଏଣ୍ଡୋ-କେନିବଲୱାଦ କୁହାଯାଏ ।

ଏହି ଜନଜାତିର ପରମ୍ପରା ଅନୁସାରେ, ଯଦି ଘରେ କେହି ମରିଯାଆନ୍ତି ତେବେ ବଳକା ଲୋକମାନେ ଏକତ୍ରିତ ହୋଇ ମୃତ ଶରୀରକୁ ସମ୍ପୂର୍ଣ୍ଣରୂପେ ପୋଡି ଖାଇଥା’ନ୍ତି । ଏହି ପରମ୍ପରା ଅନୁଯାୟୀ ପ୍ରଥମେ ମୃତ ଶରୀରକୁ ପୋଡି ଦିଆଯାଏ, ତା’ପରେ ମୁହଁରେ ରଙ୍ଗ ବୋଳାଯାଏ ଓ ତା’ପରେ ଘରର ସମସ୍ତ ଲୋକ ଏକତ୍ରିତ ହୋଇ ମାଂସ ଖାଆନ୍ତି । ଏହି ଲୋକମାନେ ଗୀତ ଗାଇ ମୃତ୍ୟୁର ଦୁଃଖକୁ ପାଳନ କରନ୍ତି । ଆପଣ ଏହା ଅଦ୍ଭୁତ ଲାଗୁଥିଲେ ବି ବର୍ଷ ବର୍ଷ ଧରି ଏହି ଲୋକମାନେ ଏପରିି ପରମ୍ପରାକୁ ଅନୁସରଣ କରୁଛନ୍ତି ।

Get real time updates directly on you device, subscribe now.