fbpx

ଅଜବ ପରମ୍ପରା: ପୁରୁଷତ୍ୱ ପ୍ରମାଣ ପାଇଁ ଖାଇବାକୁ ପଡିବ ପିମ୍ପୁଡ଼ି କାମୁଡ଼ା, ନଚେତ୍…

ବ୍ରାସିଲିଆ: ଦୁନିଆର ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ପରମ୍ପରା ରହିଛି ସେଥିମଧ୍ୟରୁ କିଛି ପରମ୍ପରା ଏପରି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେଥିମଧ୍ୟରୁ ଗୋଟିଏ ହେଲା ବ୍ରାଜିଲରେ ବାସ କରୁଥିବା ଏକ ପ୍ରକାର ଜନଜାତିଙ୍କ ପିମ୍ପୁଡ଼ି କାମୁଡ଼ା ପ୍ରଥା। ଆମାଜନ୍ ଫରେଷ୍ଟରେ ବାସ କରୁଥିବା ସଟେରେ– ମାୱେ ଜନଜାତିର ଯୁବକମାନେ ନିଜ ପୁରୁଷପଣିଆ ତଥା ବାହାଦୁରୀ ସାବ୍ୟସ୍ତ ପାଇଁ ଏକ ପ୍ରକାର ପିମ୍ପୁଡ଼ିର କାମୁଡ଼ା ସହିଥାନ୍ତି। ଏହାକୁ ବୁଲେଟ୍ କୁହାଯାଏ। ପ୍ରଥମେ ଶହ ଶହ ପିମ୍ପୁଡ଼ିକୁ ଏକ ପାତ୍ରରେ ବନ୍ଦ କରି ରଖାଯାଏ। ପରୀକ୍ଷା ଦେବାକୁ କେହି ଯୁବକ ପ୍ରସ୍ତୁତ ହେବା ପରେ ସେହି ପିମ୍ପୁଡ଼ି ପାତ୍ରଟିକୁ ଖୋଲି ଦିଆଯାଏ।

ଯୁବକ ସେଥିରେ ନିଜ ହାତ ଭର୍ତ୍ତି କରି ପିମ୍ପୁଡ଼ି କାମୁଡ଼ା ସହିଥାନ୍ତି। ଜଣଙ୍କୁ ୨୦ ଥର ସେଭଳି ପାତ୍ରରେ ହାତ ରଖିବାକୁ ପଡ଼ିଥାଏ। ପ୍ରତ୍ୟେକ ଥରରେ ୧୦ ମିନିଟ୍ ପର୍ଯ୍ୟନ୍ତ ପିମ୍ପୁଡ଼ି କାମୁଡ଼ା ସହିବାକୁ ପଡ଼େ। ଏହା ବେଶ୍ ଯନ୍ତ୍ରଣାଦାୟକ ହେଲେ ମଧ୍ୟ ନିଜ ସମ୍ପ୍ରଦାୟର ଲୋକଙ୍କ ସମ୍ମୁଖରେ ସେମାନଙ୍କୁ ଏପରି କରିବାକୁ ପଡ଼ିଥାଏ। ୧୨ ବର୍ଷ ହୋଇଯିବା ପରେ ସମସ୍ତ ଯୁବକଙ୍କୁ ଏହି ପରୀକ୍ଷା ଦେବାକୁ ପଡ଼ିଥାଏ। ଏଥିରେ ବିଫଳ ହେଉଥିବା ଯୁବକଙ୍କୁ କେହି ବିବାହ କରି ନ ଥାନ୍ତି ଏଥିଯୋଗୁ ଦୀର୍ଘଦିନ ପର୍ଯ୍ୟନ୍ତ ସେମାନଙ୍କ ଶରୀରରେ ଯନ୍ତ୍ରଣା ହୋଇଥାଏ। ଦୁନିଆରେ କୌଣସି କାର୍ଯ୍ୟ ବିନା କଷ୍ଟରେ ହୋଇ ନ ଥାଏ ବୋଲି ବାର୍ତ୍ତା ଦେବା ଏହି ପ୍ରଥାର ଉଦ୍ଦେଶ୍ୟ ବୋଲି ସେମାନେ କହିଥାନ୍ତି।

Get real time updates directly on you device, subscribe now.