fbpx

୩ୟ ଶନିବାରରେ ଏତିକି କୋଟି ରୋଜଗାର କରି ୫ମ ଫିଲ୍ମ ହେଲା ‘ସ୍ତ୍ରୀ୨’, ‘ପଠାନ-ଦଙ୍ଗଲ’ର ଭାଙ୍ଗିଲା ରେକର୍ଡ

ନୂଆଦିଲ୍ଲୀ: ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ୧୫ ଅଗଷ୍ଟରେ ରିଲିଜ ହୋଇଥିବା ଫିଲ୍ମ ‘ସ୍ତ୍ରୀ୨’ ରେକର୍ଡ ଭାଙ୍ଗି ଓପନିଙ୍ଗ କରିଥିଲା। ସେହିପରି ଫିଲ୍ମ ନିଜ ୧୭ତମ ଦିନରେ ଅନେକ ଫିଲ୍ମର ରେକର୍ଡକୁ ଭାଙ୍ଗିଛି ଏବଂ ଏହାର ଟାର୍ଗେଟରେ ଆହୁରି ବ୍ଲକବଷ୍ଟର ଫିଲ୍ମ ଅଛନ୍ତି।

ସ୍ତ୍ରୀ୨ ସିନେମାହଲରେ ଶନିବାର, ୩୧ ଅଗଷ୍ଟରେ ୧୭ ଦିନ। ନିଜ ତୃତୀ ଶନିବାର ଦିନ ସ୍ତ୍ରୀ ୨ ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ କରିଛି। ରିପୋର୍ଟ ମୁତାବକ ସଂଧ୍ୟା ୭ଟାରେ ଫିଲ୍ମ ୧୧.୪ କୋଟି ଟଙ୍କା ରୋଜଗାର କରିଛି। ଏଥିସହ ସ୍ତ୍ରୀ୨ ତୁତୀୟ ଶନିବାରରେ ସବୁଠାରୁ ଅଧିକ ଟଙ୍କା ରୋଜଗାର କରି ୫ମ ବଲିଉଡ ଫିଲ୍ମର ସ୍ଥାନ ଗ୍ରହଣ କରିଛି। ଆସନ୍ତୁ ଜାଣିବା ଏହା ପୂର୍ବରୁ ନିଜ ତୃତୀୟ ଶନିବାର ଦିନ ସବୁଠାରୁ ଅଧିକ ରୋଜଗାର କରିଥିବା ଟପ ଫିଲ୍ମ କିଏ କିଏ..

ବାହୁବଳୀ-୨ ତୃତୀୟ ଶନିବାର ଦିନ ସବୁଠାରୁ ଅଧିକ ରୋଜଗାର କରିଥିଲା ଫିଲ୍ମ, ଯାହା ୧୪.୭୫ କୋଟି ଟଙ୍କା ରୋଜଗାର କରିଥିଲା। ସେହିଭଳି ନମ୍ବର-୨ରେ ‘ଗଦର ୨’ ୧୫ ଅଗଷ୍ଟ ୨୦୨୩ରେ ରିଲିଜ ହୋଇଥିଲା। ସେ ନିଜ ତୃତୀୟ ଶନିବାରରେ ୧୩.୭୫ କୋଟି ଟଙ୍କା ରୋଜଗାର କରିଥିଲା।

ସେହିପରି ଆନିମଲ ତୃତୀୟ ଶନିବାରରେ ୧୨ କୋଟି ଟଙ୍କା ରୋଜଗାର କରିଥିଲା, ଏହାପରେ ଯବାନ ପିଲ୍ମ ୧୧.୫ କୋଟି ରୋଜଗାର କରିଥିଲା। ଅନ୍ୟପକ୍ଷରେ ପଠାନ ଏବଂ ଦଙ୍ଗଲ ଯଥାକ୍ରମେ ୧୧ କୋଟି ଟଙ୍କା ଏବଂ ୧୦.୨୫ କୋଟି ଟଙ୍କା ରୋଜଗାର କରିଥିଲା। ଉରୀ:ଦ ସର୍ଜିଲ ଷ୍ଟ୍ରାଇକ ୨୦୧୯ରେ ରିଲିଜ ହୋଇଥିଲା, ସେ ତୃତୀୟ ଶନିବାର ଦିନ ୯.୮୬ ଟଙ୍କା ରୋଜଗାର କରିଥିଲା।

Get real time updates directly on you device, subscribe now.