fbpx

ଶ୍ରୀମନ୍ଦିର ଦର୍ଶନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା

ପୁରୀ,୨୫ ।୧୨(ଓଡିଶା ଭାସ୍କର): ଆସନ୍ତାକାଲିଠାରୁ ଶ୍ରୀଜିଉଙ୍କ ଦର୍ଶନ କରିବେ ପୁରୀବାସୀ, ଯେଉଁଥିପାଇଁ ବ୍ୟାପକ ବ୍ୟବସ୍ଥାମାନ କରାଯାଇଛି । ଯାହାକୁ ଦୃଷ୍ଟିରେ ରଖି କୋଭିଡ ଗାଇଡଲାଇନର ତଦାରଖ କରିଛନ୍ତି ପୁରୀ ଏସପି । ସିଂହଦ୍ୱାର ସାମ୍ନାରେ ପୋଲିସ ପକ୍ଷରୁ ମକଡ୍ରିଲ ହୋଇଛି । ସକାଳ ୭ଟାରୁ ମାର୍କେଟ ଛକରୁ ଧାଡିଦର୍ଶନ ହେବ । ଟୋକନ କରିଚୟ ପତ୍ରର ଯାଞ୍ଚ ହେବା ସହ କିଓସ୍କି ମାଧ୍ୟରେ ଭକ୍ତଙ୍କ ଫଟୋଗ୍ରାଫି ହେବ । ମାସ୍କ  ଓ ସାନିଟାଇଜର ଓ ସାମାଜିକ ଦୂରତା ମାନିବା ଭକ୍ତଙ୍କ ପାଇଁ ବାଧ୍ୟତାମୂଳକ । ଭକ୍ତଙ୍କ ସୁରକ୍ଷା ପାଇଁ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ଶ୍ରୀମନ୍ଦି ଜଗିବେ ୩ ପ୍ଲାଟୁନ୍ ଫୋର୍ସ । ଏଥିପାଇଁ ୨ ଜଣ ଅତିରିକ୍ତ ଏସପି, ୬ ଡିଏସପି, ୯ ଜଣ ଆଇଆଇସି ମୁତୟନ ହେବେ । ମନ୍ଦିର ଏସଓପିକୁ କଡାକଡି ଭାବେ ପାଳନ କରାଯିବ । ଏନେଇ ଆଜି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.