୮ମ ଶ୍ରେଣୀ ଛାତ୍ରୀ ଏବଂ ଶିକ୍ଷକଙ୍କର ହୋଟେଲରୁ ଉଦ୍ଧାର ହେଲା ମୃତଦେହ, ବିଷ ପିଇ ହାରିଦେଲେ ଜୀବନ

ଏକ ହୋଟେଲରୁ ଉଦ୍ଧାର ହେଲା ଛାତ୍ରୀ ଏବଂ ଶିକ୍ଷକଙ୍କର ମୃତଦେହ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏକ ଉତ୍ତର ପ୍ରଦେଶର ଖେରେଶ୍ୱର ଚୌରାହେ ପାଖରେ ଥିବା ଏକ ହୋଟେଲରୁ ଜଣେ ଶିକ୍ଷକ ଏବଂ ୮ମ ଶ୍ରେଣୀର ଛାତ୍ରୀଙ୍କ ମୃତଦେହ ମିଳିଛି।

ସନ୍ତ ନଗର ସ୍ଥିତ ଏକ ପ୍ରାଇଭେଟ ସ୍କୁଲର ଏହି ଶିକ୍ଷକ ଥିଲେ ଏବଂ ମୃତ ବାଳିକା ଜଣକ ସେହି ସ୍କୁଲର ୮ମ ଶ୍ରେଣୀର ଛାତ୍ରୀ ଥିଲେ। ଏହି ଦୁହେଁ ସକାଳ ୮.୪୦ରେ ହୋଟେଲରେ ପହଞ୍ଚିଥିଲେ।

ଯେତେବେଳେ ଏମାନେ ସଂଧ୍ୟା ୫ଟା ପର୍ଯ୍ୟନ୍ତ ରୁମରୁ ବାହାରିନଥିଲେ, ସେତେବେଳେ ହୋଟେଲ ସଂଚାଳକଙ୍କୁ ସନ୍ଦେହ ହୋଇଥିଲା। ଏହାପରେ କବାଟ ବାଡାଇବାରୁ ଫିଟାଇଲେ ନାହିଁ। ହୋଟେଲ କର୍ମଚାରୀ ସେହି ରୁମର କବାଟକୁ ଚାବି ଦ୍ୱାରା ଖୋଲିଲେ।

କବାଟ ଖୋଲା ହେବାପରେ ଦେଖିବାକୁ ମିଳିଥିଲା ଯେ, ଶିକ୍ଷକଙ୍କ ମୃତଦେହ ତଳେ ଏବଂ ଛାତ୍ରୀଙ୍କ ମୃତଦେହ ବେଡ ଉପରେ ପଡ଼ିଛି। ଏହାପରେ ଏହି ଦୁହେଁ ହୋଟେଲରେ ଜମା କରିଥିବା ଆଇଡି ଦ୍ୱାରା ଯାଞ୍ଚ କରାଗଲା।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ପରେ। ସଂପୃକ୍ତ ସ୍କୁଲକୁ ଯାଇଥିଲା। ସେଠାରେ ପଚରାଉଚରାରୁ ଜଣାପଡ଼ିଛି ଯେ, ଏହି ଛାତ୍ରୀ ଏବଂ ଶିକ୍ଷକଙ୍କ ମଧ୍ୟରେ କିଛି ମାସ ଧରି ପ୍ରେମ ପ୍ରସଙ୍ଗ ଚାଲିଥିଲା।

ଛାତ୍ରୀଙ୍କ ପରିବାର ଲୋକେ ଏହା ଜାଣିବା ପରେ ତାଙ୍କ କୋଚିଂ ବନ୍ଦ କରିଦେଇଥିଲେ। କିନ୍ତୁ ଏମାନେ ସ୍କୁଲରେ ଦୁହେଁ ଦୁହିଁଙ୍କୁ ଭେଟୁଥିଲେ। ପରିବାରର ବିରୋଧ ଚିନ୍ତାରେ ଏହି ଦୁହେଁ ଜୀବନରୁ ମରିଯିବା ପାଇଁ ନିଷ୍ପତ୍ତି ନେଇଥିଲେ।

ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମିଳି ନାହିଁ। ପୋଲିସ ଏହାକୁ ଆତ୍ମହତ୍ୟା ବୋଲି ବିଶ୍ୱାସ କରି ଯାଞ୍ଚ ଚଳାଇଛି। ପରିବାର ଲୋକେ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ କହିଥିଲେ ଯେ, ଆମେ ଝିଅକୁ ବହୁତ ବୁଝାଇଥିଲୁ, ହେଲେ ସେ ମାନିଲାନି।