ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରାବାସରେ ଛାତ୍ରଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରାବାସରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଛାତ୍ରଙ୍କର ମୃତ୍ୟୁ ମଧୁସୂଦନ ଛାତ୍ରାବାସରେ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

ତେବେ ମୃତ ଛାତ୍ର ଜଣକ ଦର୍ଶନ ଶାସ୍ତ୍ର ବିଭାଗର ପ୍ରଥମ ବର୍ଷର ଛାତ୍ର ଥିଲେ । ଏପର୍ଯ୍ୟନ୍ତ ଛାତ୍ରଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ । ଅନ୍ୟପଟେ ଘଟଣାର ଖୋଳତାଡ଼ ଆରମ୍ଭ କରିଛି ପୋଲିସ ।