fbpx

ଦୀକ୍ଷାନ୍ତ ସମାରୋହରେ ଛାତ୍ରଙ୍କ ଏଭଳି କାରନାମା…ସମସ୍ତେ ହେଲେ ଚକିତ

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ଅଯୋଧ୍ୟାରେ ରାମଲଲାଙ୍କ ଭବ୍ୟ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ରାମ ନାମର ଯାଦୁ ଦେଖିବାକୁ ମିଳିଥିଲା । ନିକଟରେ ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଇଂଲଣ୍ଡର ଲିସେସ୍ଟର ବିଶ୍ୱବିଦ୍ୟାଳୟ (Leicester University)ରେ । ନିକଟରେ ଲିସେସ୍ଟର ବିଶ୍ୱବିଦ୍ୟାଳୟରେ ହୋଇଥିବା ଦୀକ୍ଷାନ୍ତ ସମାରୋହରେ ଜଣେ ଛାତ୍ର ଏପରି କିଛି କରିଥିଲେ ଯାହା ସମସ୍ତ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଉକ୍ତ ଛାତ୍ର ଜଣଙ୍କ ‘ଜୟ ସିଆ ରାମ’ କହି ସେଠାରେ ଉପସ୍ଥିତ ଥିବା ଶିକ୍ଷକଙ୍କ ଚରଣ ସ୍ୱର୍ଶ କରିଥିଲେ । କହିରଖୁଛୁ ଗୁରୁଜନମାନଙ୍କ ଚରଣ ସ୍ୱର୍ଶ କରିବା ପ୍ରାଚୀନ ଭାରତୀୟ ପରମ୍ପରା । ଏହା ଗଭୀର ସମ୍ମାନ ଏବଂ କୃତଜ୍ଞତାର ପ୍ରତୀକ ଅଟେ । ବର୍ତ୍ତମାନ ଏହି ଦୃଶ୍ୟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.