fbpx

ଭୁବନେଶ୍ୱରରେ ଛାତ୍ରଙ୍କୁ ଯୌନ ନିର୍ଯ୍ୟାତନା, ୩ ଗିରଫ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରର ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ୩ ଅଭିଯୁକ୍ତଙ୍କୂ ଗିରଫ କରିଛି ଇନଫୋସିଟି ଥାନା ପୋଲିସ । ସେହି ୩ ଅଭିଯୁକ୍ତମାନେ ହେଉଛନ୍ତି ଆଶିଷ ପାତ୍ର, ଜଗନ୍ନାଥ ଦାସ ଓ ସୁରଜ ଠାକୁର ।

ସୂଚନା ଅନୁସାରେ, ରାଉରକେଲାର ସଂପୃକ୍ତ ଜୁନିଅର ଆଥଲେଟଙ୍କୁ ସିନିୟର ନିର୍ଯ୍ୟାତନା କରିଥିବା ଅଭିଯୋଗ ହୋଇଛି । ଷ୍ଟେଟ ମିଟ ଖେଳିବାକୁ ଆସିଥିବା ୧୬ ବର୍ଷର ଛାତ୍ରକୁ ଯୌନ ନିର୍ଯ୍ୟାତନା ଦିଆଯାଇଥିଲା ।୩ ଜଣ ସିନିୟର ନିର୍ଯ୍ୟାତନା ଦେବା ସହ ଭିଡିଓ କରିଥିବା ଅଭିଯୋଗ ହୋଇଥିଲା ।

ତେବେ ଆତ୍ମହତ୍ୟା ଉଦ୍ୟମ ବେଳେ ପୁଅକୁ ଉଦ୍ଧାର କରିଥିଲେ ମାଆ । ଏନେଇ ଇନଫୋସିଟି ଥାନାରେ ଅଭିଯୋଗ ପରେ ପୀଡ଼ିତ ଆଥଲେଟଙ୍କୁ ଧରି ଡିସିପିଙ୍କ ଅଫିସରେ ପହଞ୍ଚିଥିଲେ ବାପା ଓ ମାଆ । ଡିସିପିଙ୍କୁ ଭେଟିବା ପରେ ଇନଫୋସିଟି ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ମାମଲା ରୁଜୁ ପରେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଖୋଦ୍ ଏସିପି ଏହି ମାମଲାର ତଦାରଖ କରିଥିଲେ ।

Get real time updates directly on you device, subscribe now.