ରାଉରକେଲା: କୋଏଲ ନଦୀରେ ଭାସିଯାଇ ଛାତ୍ର ନିଖୋଜ ଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ସୂଚନାନୁଯାୟୀ, ଛେଣ୍ଡ୍ କଲୋନୀ ପ୍ରଧାନପାଲି ନିକଟରେ ଭାସିଯାଇ ନିଖୋଜ ଥିବା ଜଣାପଡିଛି।
ସୂଚନାନୁଯାୟୀ, ଆଇଟିଆଇ ପଢୁଥୋବା ୪ ସାଙ୍ଗ ସେଲ୍ଫି ନେବା ବେଳେ ଏହି ଅଘଟଣ ଘଟିଛି। ଏଥିରେ ୩ଜଣଙ୍କୁ ଲୋକେ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ଅଛନ୍ତି।
ଅନ୍ୟପଟେ ଆଜି କଟକ କାଠଯୋଡ଼ିରେ ବୁଡ଼ି ଜଣେ ଇଞ୍ଜିନିୟରଙ୍କର ମୃତ୍ୟୁ ଘଟିଛି। ଆଉ ଜଣେ ଇଞ୍ଜିନିୟର ବୁଡ଼ି ନିଖୋଜ ଅଛନ୍ତି। ତାଙ୍କୁ ବର୍ତ୍ତମାନ ଖୋଜାଖୋଜି ଜାରି ରହିଛି। ସିଡିଏ ବୀରେନ ମିତ୍ର ପାର୍କ ନିକଟରେ ବୁଡ଼ିଯାଇଛନ୍ତି। ୪ ଜଣ ଇଞ୍ଜିନିୟର ଗାଧୋଇବାକୁ ଆସିଲାବେଳେ ଏହି ଅଘଟଣ ଘଟିଛି।