fbpx

ସ୍କୁଲର ପ୍ରାର୍ଥନା ସଭାରେ ୧୦ମ ଛାତ୍ରକୁ ଆସିଲା ହାର୍ଟଆଟାକ, ଚେତାଶୂନ୍ୟ ହେବାର କିଛି କ୍ଷଣିରେ ମୃତ୍ୟୁ

ଭୋପାଲ: ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ଏକ ବିଦ୍ୟାଳୟରେ ଏପରି ଘଟଣା ଘଟିଛି ଯେଉଁଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । ସେଠାରେ ଥିବା ମହର୍ଷି ବିଦ୍ୟା ମନ୍ଦିର ସ୍କୁଲର ପ୍ରର୍ଥାନା ସଭାରେ ଜଣେ ଛାତ୍ର ଚେତାଶୂନ୍ୟ ହୋଇ ପଡିଯାଇଛନ୍ତି । ଏହାର କିଛି କ୍ଷଣ ପରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି । ହାର୍ଟ ଆଟାକ ଆସିବାରୁ ଏପରି ଘଟିଥିବା ସୂଚନା ମିଳିଛି ।

ପରିବାର ଲୋକଙ୍କ କହିବା ଅନୁସାରେ, ମୃତ ସାର୍ଥକ ଟିକାରୀୟା ପ୍ରତିଦିନ ପରି ସକାଳ ୭ ଘଟିକାରେ ସ୍କୁଲ ଯାଇଥିଲା । ବିଦ୍ୟାଳୟରେ ପ୍ରାର୍ଥନା କରୁଥିବା ବେଳେ ସେ ବେହୋସ ହୋଇ ପଡିଯାଇଥିଲେ । ଯାହାପରେ ସେମାନଙ୍କୁ ବିଦ୍ୟାଳୟରୁ ଫୋନ ଆସିଥିଲା । ଯେତେବେଳେ ସେ ଚେତାଶୂନ୍ୟ ହୋଇପଡିଲେ, ବିଦ୍ୟାଳୟରେ ଶିକ୍ଷକ ତାଙ୍କୁ ସିପିଆର ମାଧ୍ୟମରେ ହୋସ ଆସିବା ପାଇଁ ଚେଷ୍ଟା କରିଥିଲେ । ହେଲେ ସେହି ସମୟରେ ସାର୍ଥକଙ୍କ ମୃତ୍ୟୁ ଘଟିଥିଲା ।

ପରିବାର ଲୋକେ ସ୍କୁଲରେ ପହଁଚିବା ମାତ୍ରେ ତାଙ୍କୁ ନେଇ ହସ୍ପିଟାଲ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତର କହିବା ଅନୁଯାୟୀ, ହାର୍ଟ ଆଟାକରେ ରୋଗୀ ମାତ୍ର ୧୦ ମିନିଟ ବଞ୍ଚିପାରେ, ଏଥିରେ ସାର୍ଥକକୁ ଡାକ୍ତରଖାନା ଆଣିବାରେ ବିଳମ୍ବ କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା । ସଠିକ୍ ଭାବେ ତାଙ୍କୁ ସିପିଆର ମଧ୍ୟ ଦିଆଯାଇନଥିଲା, ନଚେତ ତାଙ୍କୁ ହସ୍ପିଟାଲ ଆଣିବା ପର୍ଯ୍ୟନ୍ତ ବଞ୍ଚାଯାଇପାରିଥାନ୍ତା ।

Get real time updates directly on you device, subscribe now.